Categories: ବାଣିଜ୍ୟ

୩୦ ଲକ୍ଷ ଟନ୍‌ ଗହମ ରପ୍ତାନି ହୋଇଛି

ନୂଆଦିଲ୍ଲୀ,୨୩ା୬: ଚଳିତ ବର୍ଷ ଜୁନ୍‌ ମଧ୍ୟରେ ଭାରତ ୩୦ ଲକ୍ଷ ଟନ୍‌ ଗହମ ରପ୍ତାନି କରିସାରିଛି। ଏହାଛଡ଼ା ଆହୁରି ମଧ୍ୟ କିଛି ଦେଶ ରପ୍ତାନି ପାଇଁ ଅନୁରୋଧ କରିଛନ୍ତି। ଏପରିକି ରତ୍ପାନୀ ସମ୍ପର୍କରେ ବିଚାର କରାଯାଉଥିବା ସରକାରଙ୍କ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ରପ୍ତାନି ଉପରେ ଲଗାଯାଇଥିବା କଟକଣା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି, ଉଚିତ ସମୟ ଆସିଲେ ସରକାରଙ୍କ ପକ୍ଷରୁ ଠିକ୍‌ ପଦକ୍ଷେପ ନିଆଯିବ। ଖାଦ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପାର୍ଥ ଏସ୍‌ ଦାସ କହିଛନ୍ତି, ଅନେକ ଦେଶରୁ ଗହମ ପାଇଁ ଅନୁରୋଧ ଆସିଥିଲେ ମଧ୍ୟ କେତେକ ଦେଶର ଅନୁରୋଧ ରକ୍ଷା କରାଯାଇଛି। ସେଥିମଧ୍ୟରୁ ବାଂଲାଦେଶକୁ ୧.୫ ଲକ୍ଷ ଟନ୍‌ ଗହମ ରପ୍ତାନି କରାଯାଇଥିବା ଦାସ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶର ଗହମ ରପ୍ତାନି ୨୯.୭୦ ଲକ୍ଷ ଟନ୍‌ ଥିବା ବେଳେ ଅଟା ରପ୍ତାନି ୨.୫୯ ଲକ୍ଷ ଟନ୍‌ ଥିବା ଦାସ କହିଛନ୍ତି।

Share