କୋରାପୁଟ,୧।୯(ସ୍ବ.ପ୍ର): କୋରାପୁଟ ଜିଲା ଲମତାପୁଟ ବ୍ଲକ ଦେବଗଞ୍ଜର ଗ୍ରାମରେ ଏକ ଅଘଟଣ ଘଟିଛି । ପୋଖରୀରେ ବୁଡି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ତାମିଲ ପରଜା(୧୨) ନିକିତା ଦଳପତି(୧୩) ଓ ସନ୍ତୋଷୀ ପାତ୍ରୀ(୧୪)।
ମିଳିଥିବା ସୂଚନାନୁସାରେ, ସୋମବାର ସନ୍ଧ୍ୟାରେ ତାମିଲି, ନିକିତା ଏବଂ ସନ୍ତୋଷୀ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗୋଡ଼ ଖସିଯିବାରୁ ସମସ୍ତେ ପାଣିରେ ବୁଡିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ କୌଣସି ପତ୍ତା ମିଳି ନ ଥିଲା। ମଙ୍ଗଳବାର ୩ ଜଣଙ୍କ ମୃତଦେହକୁ ନନ୍ଦପୁର ଅଗ୍ନୀଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି । ଏ ନେଇ ଥାନାରେ ଏକ ମାମଲା (ନଂ. ୧୬/୨୦୨୦) ରୁଜୁ ହୋଇଛି। ଲମତାପୁଟ ତହସିଲଦାର ଘଟଣାସ୍ଥଳରେ ଉପସ୍ଥିତ ରହି ୩ ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ନନ୍ଦପୂର ଥାନା ଅଧିକାରୀ କପିଲେଶ୍ୱର ବେହେରା ସୂଚନା ଦେଇଛନ୍ତି।