ରାୟଗଡ଼ା ଅଫିସ,୨୧।୭: ରାୟଗଡ଼ା ଜିଲାରେ ମଙ୍ଗଳବାର ସର୍ବାଧିକ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୪ ଜଣ ପୁରୁଷ ଥିବାବେଳେ ୧୩ ମହିଳା ଅଛନ୍ତି। ତେବେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ବୟସ୍କ ବ୍ୟକ୍ତି, ୩ ନାବାଳିକା, ୯ ଜଣ କୋରନା ଯୋଦ୍ଧା ଥିବା ବେଳେ ଅନ୍ୟ ସମସ୍ତେ ୧୮ ରୁ ୪୦ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି। ବିଷମକଟରୁ ୯ ଜଣ ପଜିଟିଭ ରହିଥିବା ବେଳେ କୋଲନରାରୁ ୧୫, ପଦ୍ମପୁରରୁ ୨୨ ଏବଂ ଅମ୍ବାଦୋଳାରୁ ଜଣେ ଅଛନ୍ତି। ସେହିପରି ଅମ୍ବାଦୋଳାରୁ ଚିହ୍ନଟ ୭୪ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲାରେ ମୋଟ କରୋନା ପଜିଟିଭ ସଂଖ୍ୟା ପହଞ୍ଚିଛି ୨୪୨ରେ ପହଞ୍ଚିଛି।