ଚାଷୀଙ୍କୁ ଅଣଦେଖା ନେଇ ଅସନ୍ତୋଷ ପ୍ରକାଶ କଲେ ୩ ବିଧାୟକ

କୋରାପୁଟ,୩ା୧(ଅମିତାଭ ବେହେରା): କୋରାପୁଟସ୍ଥିତ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଠାରେ ଜଳ ସମ୍ପଦ ବିଭାଗ ଓଡ଼ିଶା ତରଫରୁ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା। ଜିଲା ଉଠାଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଯୁଗଳକିଶୋର ଟାକ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ ଓ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତ ଯୋଗ ଦେଇଥିଲେ। କୋରାପୁଟ ଜିଲା ହେଉଛି କୃଷି ବହୁଳ ଜିଲା। ଏହି ଜିଲାରେ ପ୍ରାୟ ୮୦ ଭାଗ ଚାଷ ଉପରେ ନିର୍ଭର କରୁଛନ୍ତି। କୃଷି ଓ କୃଷକମାନଙ୍କର ସମୃଦ୍ଧି କରିବା ପାଇଁ ପାଣି ପଞ୍ଚାୟତ କାର୍ଯ୍ୟକ୍ରମ କରାଯାଉଛି। ପାଣିକୁ କିପରି ଉପଯୁକ୍ତ ଭାବେ ସଂରକ୍ଷଣ କରିବା ସହିତ କିପରି ପାଣିକୁ କ୍ଷେତରେ ବିନିଯୋଗ କରି ପାରିବା ଓ ତା ସହିତ ସରକାରଙ୍କ ତରଫରୁ ଆସୁଥିବା ବିଭିନ୍ନ ସ୍କିମରେ କିପରି ସାମିଲ ହୋଇ ଚାଷୀ ତା’ର ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା।

ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କାର୍ଯ୍ୟକ୍ରମରେ ଚାଷୀଙ୍କ ଦେଖା ମିଳି ନ ଥିଲା। ଜିଲା ସ୍ତରୀୟ ପାଣି ପଞ୍ଚାୟତ କାର୍ଯ୍ୟକ୍ରମରେ ଚାଷୀଙ୍କୁ ଡକା ନ ଯିବାକୁ ନେଇ କୋରାପୁଟ ବିଧାୟକ ରଘୁରାମ ମାଛ ଓ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତ ଅସନ୍ତୋଷ ପ୍ରକାଶ କରିବା ସହିତ ଅଧିକାରୀମାନଙ୍କୁ ତାଗିଦ କରିଥିଲେ। କୋରାପୁଟ ଜିଲାରେ ୮୦ ଭାଗ ଲୋକେ ଚାଷ ଉପରେ ନିର୍ଭର କରୁଥିବା ବେଳେ ୩୦ ଭାଗ ଚାଷୀଙ୍କ ଜମିକୁ ପାଣି ମାଡ଼ି ପାରୁନାହିଁ l ଅଧିକାରୀମାନେ ନିଜ ନିଜ ଭିତରେ କାର୍ଯ୍ୟକ୍ରମ ସାରି ଦେଉଛନ୍ତି। ଚାଷୀଙ୍କୁ ପ୍ରାଧାନ୍ୟ ଦେଉନାହାନ୍ତି।

ସେହିପରି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ତାଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ନନ୍ଦପୁର, ପଟାଙ୍ଗୀ ଓ ସେମିଲିଗୁଡ଼ା ବ୍ଲକ ଅଞ୍ଚଳରେ ବହୁ ଚାଷୀଙ୍କ ଜମିରେ ପାଣି ନ ଯୋଗାଇ ଜଳକର ଆସୁଥିବା ଅଭିଯୋଗ କରିବା ସହ ଏଦିଗରେ ତୁରନ୍ତ ସମ୍ପୃକ୍ତ ବିଭାଗର ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ରହିଛି ବୋଲି ସେ ପ୍ରକାଶ କରିଛନ୍ତି।
ସେହିପରି ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ସୂଚନା ଦିଆ ଯାଇ ନ ଥିବା କଥା ଚାଷୀ କହିଛନ୍ତି l ଗତ ୨୪ ବର୍ଷ ଶାସନ କାଳରେ ଅଧିକାରୀମାନେ ମନମୁଖୀ ହୋଇଯାଇଛନ୍ତି l ସେମାନଙ୍କୁ ତାଗିଦ କରାଯାଇ ଚାଷ ଓ ଚାଷୀଙ୍କ ଉନ୍ନତି ପ୍ରତି ଦୃଷ୍ଟି ଦିଆଯିବ ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି।...

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image