ପ୍ରାର୍ଥୀ ଦୌଡ଼ରେ ୩ ବିଧାୟକ

ଖୋର୍ଦ୍ଧା,୨୧ା୭ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଜିଲାର ସଦର ମହାକୁମା ହୋଇଥିବାରୁ ଏହି ଆସନ ଉପରେ ସମସ୍ତଙ୍କ ନଜର ରହିଥାଏ। ଖୋର୍ଦ୍ଧା ପୌରାଞ୍ଚଳ ଏବଂ ଖୋର୍ଦ୍ଧା ଓ ଟାଙ୍ଗି ବ୍ଲକକୁ ନେଇ ଏହି ନିର୍ବାଚନମଣ୍ଡଳୀ ଗଠିତ। ଏଠାରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ରହିଛନ୍ତି। ୨୦୦୦ ମସିହାରୁ ଏହି ଆସନ ୨ଥର ସ୍ବାଧୀନ ଏବଂ ୩ଥର ବିଜେଡି ହାତରେ ରହିଆସିଛି। ଏଠାରେ ଭାଜପା ଏବଂ କଂଗ୍ରେସ ତୁଳନାରେ ବିଜେଡି ତୃଣମୂଳସ୍ତରରେ ଅଧିକ ସକ୍ରିୟ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିପୁଳ ଭୋଟରେ ବିଜୟ ଲାଭ କରି ବିଜୟୀ ହୋଇଥିଲେ। ଏପରି କି ଉଭୟ ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ବ୍ଲକ ଅଧ୍ୟକ୍ଷ ରହିଛନ୍ତି। ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ବିଜେଡି ଅଧ୍ୟକ୍ଷା, ପୌରାଧ୍ୟକ୍ଷା ସମେତ ୨୨ ୱାର୍ଡରୁ ୧୯ଟି ବିଜେଡି ବିଜୟ ଲାଭ କରିଛି।
୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠାରୁ ଅଙ୍କକଷା ଆରମ୍ଭ ହୋଇଗଲାଣି। ବିଧାୟକ ଟିକେଟ ଦୌଡ଼ରେ ୩ ବିଧାୟକ ଆଗ ଧାଡ଼ିରେ ରହିଛନ୍ତି। ଏଥିସହିତ ଶାସକ ଦଳରେ ଏକାଧିକ ପ୍ରାର୍ଥୀ ଆଶାୟୀ ରହିଥିବା ବେଳେ ଭାଜପାର ପ୍ରାର୍ଥତ୍ତ୍ୱ ନେଇ ଆଶଙ୍କା ରହିଛି। ଶାସକ ଦଳରୁ ଟିକେଟ ନ ମିଳିଲେ ଅସନ୍ତୁଷ୍ଟ ନେତା ଭାଜପାକୁ ଢଳିବା ସମ୍ଭାବନା ଅଧିକ ରହିଛି। ବିଜେଡିର ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏବେ ବିଧାୟକ ରହିଛନ୍ତି। ଜ୍ୟୋତିରୀନ୍ଦ୍ର ୨୦୦୦ରେ ସ୍ବାଧୀନ ଏବଂ ୨୦୦୪ରେ ବିଜେଡି ଆସନରୁ ବିଜୟ ଲାଭ କରିଥିଲେ। ଦଳରେ ତାଙ୍କର ବେଶ୍‌ ପ୍ରଭାବ ମଧ୍ୟ ରହିଛି। ଏବେ ପୁଣି ସେ ଟିକେଟ ଦୌଡ଼ରେ ରହିଥିବା କୁହାଯାଉଛି। ତେବେ ଜ୍ୟୋତିରୀନ୍ଦ୍ରଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ବୟସାଧିକ କାରଣରୁ ଆଗାମୀ ଟିକେଟ ମିଳିବା ସମ୍ଭାବନା କମ୍‌ ରହିଥିବା ମଧ୍ୟ ଚର୍ଚ୍ଚା ହେଉଛି। ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ମଧ୍ୟ ଖୋର୍ଦ୍ଧା ଆସନ ଦୌଡରେ ରହିଛନ୍ତି। ପୂର୍ବରୁ ଏହି ଆସନରେ ସେ ୨୦୦୯ରେ ସ୍ବାଧୀନ ଏବଂ ୨୦୧୪ରେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ। ବେଗୁନିଆ ବିଧାୟକ ସହ ଖୋର୍ଦ୍ଧା ଯୋଜନା କମିଟି ସଭାପତି ଦାୟିତ୍ୱରେ ମଧ୍ୟ ରହିଛନ୍ତି। ରାଜେନ୍ଦ୍ରଙ୍କ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀ ଉପରେ ବେଶ୍‌ ଦଖଲ ରହିଛି। ସେ ଖୋର୍ଦ୍ଧା ବିଧାୟକ ଥିବା ବେଳେ ତାଙ୍କ ସ୍ତ୍ରୀ ସଞ୍ଜୁକ୍ତା ସାହୁ ୨ଥର ଖୋର୍ଦ୍ଧା ପୌରାଧ୍ୟକ୍ଷା ମଧ୍ୟ ରହିଥିଲେ। ୨୦୧୯ ନିର୍ବାଚନରେ ସେ ଦଳୀୟ ନିଷ୍ପତିକ୍ରମେ ବେଗୁନିଆ ଆସନରେ ଠିଆ ହୋଇ ବିଜୟୀ ମଧ୍ୟ ହୋଇଛନ୍ତି। ଏବେ ସେ ଖୋର୍ଦ୍ଧା ଆସନରୁ ଛିଡ଼ା ହେବା ଲାଗି ଆଶାୟୀ ଥିବା ତାଙ୍କ ସମର୍ଥକ ମହଲରେ ଜୋର୍‌ସୋର ଆଲୋଚନା ହେଉଛି। ଗତ କିଛି ଦିନ ହେଲା ସେ ଭୁବନେଶ୍ୱର ଶଙ୍ଖ ଭବନରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବା ସହ ଅନ୍ୟ ନିର୍ବାଚନମଣ୍ଡଳୀ ଉପରେ ଫୋକସ କରିବାକୁ ତାଙ୍କୁ ସିଗ୍‌ନାଲ ମିଳିଥିବା କୁହାଯାଉଛି।
ଅନ୍ୟପଟେ ବିଜେଡିରୁ ନିଲମ୍ବିତ ଚିିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଏହି ଦୌଡରେ ରହିଛନ୍ତି। ନିଜର ଆଚାର ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହିଥିବା ପ୍ରଶାନ୍ତ ପୂର୍ବରୁ ୨୦୧୪ରେ ବେଗୁନିଆରେ ବିଧାୟକ ରହିଥିଲେ। ପୂର୍ବରୁ ଦଳର ସଭାପତି ଏବଂ ଜିଲା ଯୋଜନା କମିଟି ସଭାପତି ମଧ୍ୟ ରହିଥିଲେ। ଏବେ ସେ ଖୋର୍ଦ୍ଧା ପାଇଁ ଆଶାୟୀ ରହିଛନ୍ତି। ବିଭିନ୍ନ ସଭା ସମିତିରେ ଜ୍ୟୋତିରୀନ୍ଦ୍ରଙ୍କ ସହ ତାଙ୍କୁ ଦେଖିବାକୁ ମିଳୁଛି। ନିକଟରେ ସେ ଉଭୟ ବ୍ଲକର ଯୁବ, ଛାତ୍ର ଏବଂ ବୁଦ୍ଧିଜୀବୀମାନଙ୍କୁ ନେଇ ଖୋର୍ଦ୍ଧା ଅଞ୍ଚଳର ବିକାଶ ପାଇଁ ଖୋର୍ଦ୍ଧା ବିକାଶ ପରିଷଦ ନାମକ ଏକ ସଙ୍ଗଠନ ମଧ୍ୟ ଗଢିଛନ୍ତି। ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଦଳରେ ଥିବା ଭଳି ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି। ବିଧାୟକ ପ୍ରାର୍ଥୀ ଦୌଡ଼ରେ ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର ମଧ୍ୟ ଅଛନ୍ତି। ପୂର୍ବରୁ ସେ ଜିଲା ପରିଷଦ ଅଧ୍ୟକ୍ଷା ରହିଥିଲେ। ଜିଲାର ଟାଣୁଆ ନାରୀ ନେତ୍ରୀ ଭାବେ ତାଙ୍କ ପରିଚିତି ରହିଛି। ଗତ ଦୁଇ ବର୍ଷ ହେବ ବିଭିନ୍ନ ସଭାସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗଦାନ କରିବା ସହ ଲୋକଙ୍କ ସହିତ ସମ୍ପର୍କ ଯୋଡିବାରେ ଲାଗିଛନ୍ତି। କୌଣସି ମହିଳା ଏହି ଆସନରୁ ବିଜୟ ଲାଭ କରିନାହାନ୍ତି। ତାଙ୍କ ସାଙ୍ଗଠନିକ ଦକ୍ଷତା ଆଧାରରେ ଦଳ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରିବ ବୋଲି ସେ ଆଶାବାଦୀ ରହିଛନ୍ତି।
ଅନ୍ୟପଟେ ଭାଜପାର ପ୍ରାର୍ଥିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଥିଲା। ଦଳର ଭୋଟ ହାର ବଢ଼ିଥିଲେ ମଧ୍ୟ ତୃଣମୂଳସ୍ତରରେ ଦଳୀୟ ସ୍ଥିତି ଦୁର୍ବଳ ଥିବା ଆଲୋଚନା ହେଉଛି। ଦଳରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ି ହାଟରେ ଗଡ଼ୁଛି। ମଣ୍ଡଳସ୍ତରରେ କର୍ମୀଙ୍କ ମଧ୍ୟରେ ସମନ୍ବୟ ଅଭାବ ଏବଂ ନେତୃତ୍ୱର ଅଭାବରୁ ଭାଜପା ସ୍ଥିତି ଏହି ନିର୍ବାଚନ ମଣ୍ଡଳୀରେ ବିଶେଷ ପ୍ରଭାବ ନ ଥିବା ପରି ମନେହୁଏ। ୨୦୧୯ ନିର୍ବାଚନରେ ଭାଜପାରୁ କାଳୁଚରଣ ଖଣ୍ଡାୟତରାୟ ୭୪,୫୧୦ ଖଣ୍ଡ ଭୋଟ ପାଇଥିବା ବେଳେ ଦଳର ଭୋଟ ହାର ୪୩ ପ୍ରତିଶତ ରହିଥିଲା। ବିଜେଡିର ଜ୍ୟୋତିରୀନ୍ଦ୍ର ନାଥ ମିତ୍ରଙ୍କୁ ଜୋରଦାର ଟକ୍କର ଦେଇଥିଲେ। ୧୦,୦୪୩ ବ୍ୟବଧାନରେ ମିତ୍ର ବିଜୟୀ ହୋଇଥିଲେ। ତେବେ ଗତ ପଞ୍ଚାୟତ ନିର୍ବାଚନରେ କାଳୁଚରଣଙ୍କ ପ୍ରଭାବ ଦେଖିବାକୁ ମିଳି ନ ଥିଲା। ସେ ପୁଣି ବିଧାୟକ ପ୍ରାର୍ଥୀ ଦୌଡ଼ରେ ରହିଥିବା ଶୁଣିବାକୁ ମିଳୁଥିବାବେଳେ ଦଳ ତାଙ୍କୁ ସୁଯୋଗ ଦେବ କି ନୂଆ ମୁହଁ ଚାହିଁବ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଅପରପକ୍ଷରେ କଂଗ୍ରେସର ଗତ ନିର୍ବାଚନକୁ ଲକ୍ଷ୍ୟ କଲେ ଭୋଟହାର ନଗଣ୍ୟ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିବା କଂଗ୍ରେସର ନେତୃତ୍ୱ ଅଭାବକୁ ନେଇ ଦଳ ଦିନକୁ ଦିନ ଦଳୀୟ ସ୍ଥିିତି ଦୁର୍ବଳ ସ୍ତର ଦେଇ ଗତି କରୁଛି। ଏଠାରୁ କିଏ ପ୍ରାର୍ଥୀ ଦେବେ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଏଠାରେ ୪୯%, ଭାଜପା ୪୩% ଓ କଂଗ୍ରେସ ମାତ୍ର ୨% ପ୍ରତିଶତ ଭୋଟ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri