Categories: ଜାତୀୟ

୩ ମାସର ଶିଶୁକନ୍ୟାକୁ ୫୧ ଥର ଚେଙ୍କ

ଭୋପାଳ,୨୭।୧: ୩ ମାସର ଶିଶୁକନ୍ୟାକୁ ୫୧ ଥର ଗରମ ରଡରେ ଚେଙ୍କ ଦିଆଯିବା ଘଟଣା ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଶହଡୋଲ ଜିଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁଟିର ଅବସ୍ଥା ଏବେ ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ ଶହଡୋଲ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମଧ୍ୟପ୍ରଦେଶର ଶହଡୋଲ ଜିଲାରେ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି। ଏବେ ବି ମଧ୍ୟ ଏହି ସମ୍ପ୍ରଦାୟରେ ଅନ୍ଧବିଶ୍ୱାସ ପ୍ରଚଳିତ। ଶହଡୋଲରେ ଅନ୍ଧବିଶ୍ୱାସ ହେତୁ ନିରୀହ ପିଲାମାନଙ୍କୁ ଚିକିତ୍ସା ନାମରେ ଗରମ ଲୁହା ଚେଙ୍କ ଦେବା ଭଳି ଅନେକ ମାମଲା ସାମ୍ନାକୁ ଆସିଥିବା ବେଳେ ସେହିପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ନିମୋନିଆ ଏବଂ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଚିକିତ୍ସା ପରିବର୍ତ୍ତେ ପରିବାର ଲୋକେ ୩ ମାସର ଅସୁସ୍ଥ ଶିଶୁକନ୍ୟାକୁ ଅନ୍ଧବିଶ୍ୱାସରେ ପେଟରେ ୫୧ ଥର ଗରମ ଚେଙ୍କ ଦେଇଥିଲେ। ହେଲେ ଶିଶୁଟିର ଅବସ୍ଥା ଆହୁରି ଅଧିକ ବିଗିଡିଯାଇଥିଲା। ଏହାପରେ ଶିଶୁକୁ ଶହଡୋଲ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଶିଶୁଟିର ଅବସ୍ଥା ଗୁରୁତର ଥିବା ଜଣାପଡିଛି।

Share