Categories: ଖେଳ

ରୋଇଂ ପୋଡିୟମରେ ୩ ମା’

ପ୍ୟାରିସ୍‌,୩ା୮:ମାତୃତ୍ୱ ଲାଭ କରିବା ପରେ କ୍ରୀଡ଼ାବିତମାନଙ୍କ କ୍ୟାରିୟର ସାଧାରଣତଃ ପଛେଇ ଯାଇଥାଏ। ତେବେ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ମାତୃତ୍ୱ ଲାଭ କରିଥିବା ୩ ଜଣ ଖେଳାଳି ରୋଇଂ ଇଭେଣ୍ଟରେ ପୋଡିୟମରେ ଛିଡ଼ା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବ୍ରିଟେନ୍‌ର ହେଲେନ୍‌ ଗ୍ରୋଭର, ନ୍ୟୁଜିଲାଣ୍ଡର ଲୁସି ସ୍ପୁର୍ସ ଓ ବ୍ରୁକ୍‌ ଫ୍ରାନ୍ସିସ ଏହି ନିଆରା କୃତିତ୍ୱ ହାସଲ କରିଛନ୍ତି।
ବ୍ରିଟେନର ଭେଟେରାନ୍‌ ହେଲେନ୍‌ ଗ୍ରୋଭର ୩ଟି ସନ୍ତାନର ମା’। ଓମେନ୍ସ ୪ ଇଭେଣ୍ଟରେ ରୌପ୍ୟ ବିଜୟୀ ଇଂଲଣ୍ଡ ଦଳର ସେ ଅନ୍ୟତମ ସଦସ୍ୟ। ସେହିପରି ଲୁସି ସ୍ପୁର୍ସ ଓ ବ୍ରୁକ୍‌ ଫ୍ରାନ୍ସିସ ନ୍ୟୁଜିଲାଣ୍ଡ ଡବଲ୍‌ ସ୍କଲ୍‌ ଦଳର ସଦସ୍ୟ ଭାବରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲେ। ଉଭୟ ବିଜୟୀ ହେବା ପରେ ଡଗ୍‌ଆଉଟରେ ନିଜ ଛୁଆଙ୍କ ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା। ଲୁସି ସ୍ପୁର୍ସ ଓ ବ୍ରୁକ୍‌ ଫ୍ରାନ୍ସିସ ଅଭ୍ୟାସ ସମୟରେ ନିଜ ଶିଶୁମାନଙ୍କ ଲୋରି ଶୁଣୁଥିବା ପ୍ରକାଶ କରିଛନ୍ତି।

Share