ଦିଲ୍ଲୀପ ହତ୍ୟା ଘଟଣାରେ ବନ୍ଧା ହେଲେ ଆଉ ୩ ଅଭିଯୁକ୍ତ, ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏସ୍‌ପିଙ୍କ ସୂଚନା

ଛତ୍ରପୁର /ଖଲ୍ଲିକୋଟ,୩।୬ (ଦିଲୀପ କୁମାର ସାମଲ/ ପ୍ରଶାନ୍ତ କୁମାର ମିଶ୍ର/ସନ୍ତୋଷ ପାଢ଼ୀ): ଗତ ୧୫ ତାରିଖ ଦିନ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ଗ୍ରାମରେ ଘଟିଥିବା ହିଂସା ଘଟଣାରେ ପୂର୍ବରୁ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଏବେ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗଞ୍ଜାମ ଏସ୍‌ପି ଜଗମୋହନ ମିନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି l ଏବେ ଗିରଫ ହୋଇଥିବା ୩ ଜଣ ହେଲେ ଲୋଙ୍ଘର ଗ୍ରାମର ରାଜା ତରାଇ,ବିନୟ ତରେଇ, ରାମଚନ୍ଦ୍ରପୁର ଗ୍ରାମର କୋକନ ନାହାକ। ଖଲ୍ଲିକୋଟ ଥାନା ପୋଲିସ ଏମାନଙ୍କୁ ବାଙ୍ଗାଲୁରୁରୁ ଗିରଫ କରିଥିବା ନେଇ ଏସ୍‌ପି ଶ୍ରୀ ମିନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ଏହା ସହ ତଦନ୍ତ ଜାରି ରହିଛ। ଘଟଣାରେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ସମ୍ପୃକ୍ତ ଥିବା ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସେ କହିଛନ୍ତି l