କରୋନା ନେଲା ଆଉ ୩ ଜୀବନ: ମୃତ୍ୟୁ ସଂଖ୍ୟା ୭୭କୁ ବୃଦ୍ଧି

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି।
୩ ମୃତକଙ୍କ ମଧ୍ୟରୁ ୨ଜଣ ଗଞ୍ଜାମ ଜିଲାର ହୋଇଥିବା ବେଳେ ଜଣେ ଖୋର୍ଦ୍ଧାର। ତେବେ ୩ଜଣ ଯାକ ପୁରୁଷ। ଖୋର୍ଦ୍ଧା ଜିଲାର ମୃତକ ଜଣଙ୍କ ୭୨ ବର୍ଷୀୟ । ସେହିପରି ଗଞ୍ଜାମ ଜିଲାର ମୃତକ ଦ୍ୱୟ ଯଥାକ୍ରମେ ୬୫ ଓ ୮୬ ବର୍ଷ। ୬୫ ବର୍ଷୀୟ ବ୍ୟକ୍ତି ପୂର୍ବରୁ ଡାଇବେଟିସରେ ପୀଡିତ ଥିଲେ। ଅନ୍ୟ ବୃଦ୍ଧ ଜଣଙ୍କ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ।
ଏହାକୁ ମିଶାଇ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ୧୩ ।

Share