CORONAVIRUS UPDATE: ଆଉ ୩ ମୁଣ୍ଡ ନେଲା କରୋନା; ସମସ୍ତେ ଗଞ୍ଜାମ ଜିଲାର

ଭୁବନେଶ୍ୱର,୧୨।୭(ବ୍ୟୁରୋ): କରୋନାରେ ଆଉ ୩ଜଣଙ୍କ ମୃତ୍ୟୁ। ମୃତକମାନେ ଗଞ୍ଜାମ ଜିଲାର। ଏବେ ସୁଦ୍ଧା ଜିଲାରେ ମୃତ୍ୟୁ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ସେହିଭଳି ରାଜ୍ୟରେ କରୋନାଜନିତ ମୃତ୍ୟୁ ୬୪କୁ ବୃଦ୍ଧି ପାଇଛି।

ପ୍ରକାଶ ଯେ, ରବିବାର ରାଜ୍ୟରେ ୫୯୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୯୪ କ୍ୱାରାଣ୍ଟାଇନ୍‌ କେସ୍‌ ଥିବା ବେଳେ ୨୦୧ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୧୨୧କୁ ବୃଦ୍ଧି ପାଇଛି। ସେଥିରୁ ୮୩୬୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୬୭୭ ଆକ୍ଟିଭ୍‌ କେସ୍‌ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share