ଓସ୍କାର ଦୌଡ଼ରେ ଆଉ ୩ ଫିଲ୍ମ

ମୁମ୍ବାଇ: ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’, ବିବେକ୍‌ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କଶ୍ମୀର ଫାଇଲ୍‌ସ’ ଏବଂ ସଞ୍ଜୟଲୀଲା ଭଁସାଲିଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ଓସ୍କାର ଦୌଡ଼ରେ ସାମିଲ ହୋଇଛି। ଓସ୍କାର ୨୦୨୩ ପାଇଁ ‘କାନ୍ତାରା’ ବେଷ୍ଟ ପିକ୍ଚର ଏବଂ ବେଷ୍ଟ ଆକ୍ଟର ବର୍ଗରେ କ୍ୱାଲିଫାଏ ହୋଇଛି। ଏହା ପୂର୍ବରୁ ରାଜମୌଲିଙ୍କ ସିନେମା ‘ଆର୍‌ଆର୍‌ଆର୍‌’ ବେଷ୍ଟ ଅରିଜିନାଲ୍‌ ସଙ୍ଗ୍‌ ବର୍ଗରେ ‘ନାଟୁନାଟୁ’ ସ୍ଥାନ ପାଇଛି। ଏହି ଓସ୍କାର ସମ୍ମାନ ପାଇଁ ‘କାନ୍ତାରା’ର ବିଳମ୍ବରେ ପ୍ରବେଶ ହୋଇଥିଲା। ‘କାନ୍ତାରା’ ଲିଷ୍ଟରେ ସ୍ଥାନ ପାଇବା ନେଇ ନିର୍ଦ୍ଦେଶକ ରିଷଭ ଟୁଇଟ୍‌ କରି ଖୁସି ବ୍ୟକ୍ତ କରିଛନ୍ତି। ୨ଟି ବର୍ଗରେ ଏହି ଫିଲ୍ମ ସ୍ଥାନ ପାଇଥିବା ସେ ଜଣାଇଛନ୍ତି। ‘ଦି କଶ୍ମୀର ଫାଇଲ୍‌ସ’ ବେଷ୍ଟ ଫିଲ୍ମ ଓ ବେଷ୍ଟ ଆକ୍ଟର ବର୍ଗରେ କ୍ୱାଲିଫାଏ ହୋଇଛି। ବିବେକ ଅଗ୍ନିହୋତ୍ରୀ ଏବଂ ଅନୁପମ୍‌ ଖେର୍‌ ଟୁଇଟ୍‌ କରି ଖୁସିବ୍ୟକ୍ତ କରିଛନ୍ତି।

Share