ଭୁବନେଶ୍ୱର, ୧୨।୧୦(ସ୍ପୋଟର୍ସ ବ୍ୟୁରୋ): ଗୁଜରାଟରେ ଚାଲିଥିବା ୩୬ତମ ନ୍ୟାଶନାଲ ଗେମ୍ସରେ ଓଡ଼ିଶା ମଙ୍ଗଳବାର ୩ଟି ପଦକ ଜିତିବାରେ ସମର୍ଥ ହୋଇଛି। କାୟାକିଂ ମହିଳା କେ-୧ ୨୦୦ମିଟରରେ ଓଇନାମ ବିଦ୍ୟା ଦେବୀ ଓ ପୁରୁଷ କେ-୧, ୨୦୦ ମିଟରରେ ଟମ୍ଥିଲ୍ଙ୍ଗାବା ଟମ୍ଥିଲ୍ଙ୍ଗାବା ଏଙ୍ଗାସେପମା ଏବଂ ମହିଳା ସି-୧, ୨୦୦ ମିଟରରେ ଲିଚୋଙ୍ଗବାମ୍ ନେହା ଦେବୀ ଗୋଟିଏ ଲେଖାଏଁ ରୌପ୍ୟ ଜିତିଥିଲେ। ଚାମ୍ପିୟନଶିପ୍ରେ ଓଡ଼ିଶା ଦଳ ୪ ସ୍ବର୍ଣ୍ଣ, ୧୧ ରୌପ୍ୟ ଓ ୧୧ ବ୍ରୋଞ୍ଜ ସମେତ ମୋଟ ୧୫ ପଦକ ସହ ଏହାର ଅଭିଯାନ ଶେଷ କରିଛି। କୌଣସି ନ୍ୟାଶନାଲ ଗେମ୍ସରେ ଓଡ଼ିଶାର ଏହା ସର୍ବାଧିକ ପଦକ। ଓଡ଼ିଶା ଅଲିମ୍ପିକ ଆସୋସିଏଶନ (ଓଓଏ) ସାଧାରଣ ଅଭିଜିତ୍ ପାଲ ନ୍ୟାଶନାଲ ଗେମ୍ସରେ ସଫଳତା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ଯୁବସେବା ଓ କ୍ରୀଡ଼ା ବିଭାଗ କମିଶନର ତଥା ସଚିବ ଆର୍. ଭିନିଲ କ୍ରିଷ୍ଣାଙ୍କ ସମେତ କ୍ରୀଡ଼ା ବିଭାଗ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।