Categories: ବାଣିଜ୍ୟ

ପାଓ୍ବାର ଗ୍ରୀଡ୍‌କୁ ଆଉ ୩ ଏସ୍‌ପିଭି

ନୂଆଦିଲ୍ଲୀ,୫।୪: କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ମହାରତ୍ନ ସିପିଏସ୍‌ୟୁ ପାଓ୍ବାର ଗ୍ରୀଡ୍‌ (ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ)କୁ ନିକଟରେ ଆଉ ୩ଟି ସ୍ପେଶାଲ ପରପଜ ଭେହିକିଲ (ଏସ୍‌ପିଭି) ମିଳିଛି। ବିଶେଷ କରି ବହୁ ପ୍ରତିଯୋଗିତା ଓ ନିୟମକାନୁନ ମଧ୍ୟରେ ପାଓ୍ବାର ଗ୍ରୀଡ୍‌ ଉକ୍ତ ୩ଟି ଏସ୍‌ପିଭିକୁ ହାସଲ କରିବାରେ ସକ୍ଷମ ହୋଇଛି। ଏପରିକି ଉକ୍ତ ଏସ୍‌ପିଭିଗୁଡ଼ିକ ବିଭିନ୍ନ ସଞ୍ଚାରଣ ବ୍ୟବସ୍ଥା ପ୍ରକଳ୍ପ କ୍ଷେତ୍ରରେ ବ୍ୟବହାର କରାଯିବ ବୋଲି ପାଓ୍ବାର ଗ୍ରୀଡ୍‌ ପକ୍ଷରୁ କୁହାଯାଇଛି।

ସେହିଭଳି ଘରୋଇ କ୍ଷେତ୍ରର ବିଭିନ୍ନ କମ୍ପାନୀଙ୍କ ସହ ପ୍ରତିନ୍ଦ୍ୱନ୍ଦ୍ୱିତା ପରେ ପିଏଫସି କନସଲଟିଂ ଲିମିଟେଡ ଦ୍ୱାରା କରାଯାଇଥିବା ଟାରିଫ ବେସ୍‌ଡ କମ୍ପିଟିଟିଭ ବିଡିଂ (ଟିବିସିବି) ପ୍ରକ୍ରିୟାରେ ପାଓ୍ବାର ଗ୍ରୀଡ ଉକ୍ତ ଏସପିଭିକୁ ହାସଲ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଉକ୍ତ ୩ ଏସ୍‌ପିଭି ଯଥା ଭାଦଲା ସିକର ଟ୍ରାନ୍ସମିଶନ ଲିମିଟେଡ, ଧରମଜଇଗଡ ଟ୍ରାନ୍ସମିଶନ ଲିମିଟେଡ ଏବଂ ରାୟପୁର ପୁଲ ଧାମତାରି ଟ୍ରାନ୍ସମିଶନ ଲିମିଟେଡ ସାମିଲ ରହିଛି। ଏପରିକି ଉପରୋକ୍ତ ଏସ୍‌ପିଭିଗୁଡ଼ିକ ସଞ୍ଚାରଣ ବ୍ୟବସ୍ଥା ପ୍ରକଳ୍ପଗୁଡ଼ିକ ବିଶେଷକରି ଶିଳ୍ପ, ପରିବାର ଏବଂ ବ୍ୟବସାୟିକ ସଂସ୍ଥାଗୁଡିକୁ ଆବଶ୍ୟକ ବିଦ୍ୟୁତଶକ୍ତି ଯୋଗାଣ କରିବ ବୋଲି ସୂଚନା ମିଳିଛି।

 

Share