Posted inଖେଳ

ପ୍ରଥମ ଦିନରେ ୩ ଜାତୀୟ ରେକର୍ଡ

ଭୁବନେଶ୍ୱର, ୧୭।୮ (ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ନବନିର୍ମିତ ଇନ୍‌ଡୋର ଆକ୍ୱାଟିକ୍‌ ସେଣ୍ଟରରେ ବୁଧବାର ୩୯ତମ ସବ୍‌ଜୁନିୟର ଓ ୪୯ତମ ଜୁନିୟର ଜାତୀୟ ଆକ୍ୱାଟିକ୍‌ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ”ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ସହ ପାର୍ଟନରଶିପ୍‌ କରି ଆମେ କାର୍ଯ୍ୟ କରୁଛୁ। ଓଡ଼ିଶାରେ ସୁଇମିଂ ଇକୋ ସିଷ୍ଟମର ଉନ୍ନତି ପାଇଁ ଆମେ ସେମାନଙ୍କ ସାହାଯ୍ୟ ନେଉଛୁ। ଏବେ ଆମ ନିକଟରେ ନୂଆ ଆକ୍ୱାଟିକ୍‌ ସେଣ୍ଟର ଉପଲବ୍ଧ। ଏହା ଦେଶରେ ଅନ୍ୟତମ ଶ୍ରେଷ୍ଠ। ଆମେ କ୍ରମାଗତ ଜାତୀୟ ପ୍ରତିଯୋଗିତା ଆୟୋଜନ କରୁଛୁ।

ଏହି ବର୍ଗରେ ଆମ ନିକଟରେ ଅନେକ ପ୍ରତିଭା ସମ୍ପନ୍ନ ସନ୍ତରଣକାରୀ ଅଛନ୍ତି। ସେମାନଙ୍କୁ ଶ୍ରେଷ୍ଠ ସୁବିଧା ସୁଯୋଗ ଦେବା ଆମର ଲକ୍ଷ୍ୟ“ ବୋଲି ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି। ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ମହାସଚିବ ମୋନାଲ ଚୋକ୍‌ଶି କହିଛନ୍ତି ଯେ, ”ଓଡ଼ିଶା ରାଜ୍ୟ ସରକାର ଏଠାରେ ବିଶ୍ୱସ୍ତରୀୟ ଆକ୍ୱାଟିକ୍‌ ସେଣ୍ଟର ଉପଲବ୍ଧ କରାଇଛନ୍ତି। ଅତ୍ୟାଧୁନିକ ସୁବିଧା ସୁଯୋଗଥିବା ଦେଶର ଏହା ହେଉଛି ଅନ୍ୟତମ ଶ୍ରେଷ୍ଠ ଆକ୍ୱାଟିକ୍‌ ସେଣ୍ଟର। ଆମ ସନ୍ତରଣକାରୀମାନେ ଏଠାରେ ସନ୍ତରଣ କରିବାର ଭଲ ସୁଯୋଗ ପାଇଛନ୍ତି“।

ପ୍ରଥମ ଦିବସରେ ୩ଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା ହୋଇଛି। ଗ୍ରୁପ୍‌-୧ ବାଳକ ୧୦୦ ମିଟର ବଟରଫ୍ଲାଏରେ ଆସାମର ଜନଞ୍ଜୟ ଜେ.ହଜାରିକା ୫୫.୯୯ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରିଲିମ୍‌ରେ ସେ ଚମତ୍କାର ପ୍ରଦର୍ଶନ କରି ୨୦୧୭ରେ ମହାରାଷ୍ଟ୍ରର ମିହିର ଆମ୍ବ୍ରେ (୫୫.୬୫) କରିଥିବା ରେକର୍ଡକୁ ଭାଙ୍ଗିଛନ୍ତି। ପ୍ରଥମ ଦିବସରେ କର୍ନାଟକ ବାଳିକାମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଗ୍ରୁପ୍‌-୧ ଇଣ୍ଡିଭିଜୁଆଲ ମିଡ୍‌ଲେ ୨୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତି ଏହି ରାଜ୍ୟପାଇଁ ପଦକ ଖାତା ଖୋଲିଛନ୍ତି ମାନ୍‌ଭି ବର୍ମା। ସେ ୨:୨୨.୮୬ ସେକେଣ୍ଡ ସମୟ ନେଇଛନ୍ତି।

ମହାରାଷ୍ଟ୍ରର ରାଘବୀ ରାମାନୁଜମ୍‌ ୨:୩୦.୫୬ ସେକେଣ୍ଡ ନେଇ ରୌପ୍ୟ ପଦକ ପାଇଛନ୍ତି। କର୍ନାଟକର ତନିଶି ଗୁପ୍ତା ଗ୍ରୁପ୍‌-୨ ଇଣ୍ଡିଭିଜୁଆଲ ମିଡ୍‌ଲେରେ ୨:୨୪.୮୩ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିବାସହ ରେକର୍ଡର ଅଧିକାରୀ ହୋଇଛନ୍ତି। ୨୦୨୨ରେ ମାନଭି ବର୍ମା ୨:୨୬.୯୯ ସେକେଣ୍ଡ ନେଇ କରିଥିବା ରେକର୍ଡକୁ ତନିଶି ଭାଙ୍ଗିଛନ୍ତି। କର୍ନାଟକର ନିଶା ୨:୨୯.୮୪ ସେକେଣ୍ଡ ସହିତ ରୌପ୍ୟ ପଦକ ପାଇଛନ୍ତି। ଦିବସର ତୃତୀୟ ଜାତୀୟ ରେକର୍ଡ କରିଛନ୍ତି କର୍ନାଟକର ଭିଦିଥ ଏସ. ଶଙ୍କର। ଗ୍ରୁପ୍‌-୧ ବାଳକ ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍‌ରେ ସେ ୨୯.୪୦ ସେକେଣ୍ଡ ସମୟ ନେଇ ଏହି ସଫଳତା ପାଇଛନ୍ତି। ୨୦୨୨ରେ ହରିୟାଣାର ବଂଶ ପନ୍ନୁ ୨୯.୫୯ ସେକେଣ୍ଡ ସମୟ ନେଇ ଯେଉଁ ଜାତୀୟ ରେକର୍ଡର ଅଧିକାରୀ ହୋଇଥିଲେ ତାହାକୁ ଶଙ୍କର ଏଠାରେ ଭାଙ୍ଗିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜିଲା ପାଇଁ ଗୌରବ: ୩ ସ୍ବର୍ଣ୍ଣ ପଦକ ଜିତିଲେ ମୁକେଶ

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ପିଏମ୍‌ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ମୁକେଶ ମହାନନ୍ଦ କେଭିଏସ୍‌ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ତିନୋଟି...

ଧୋନୀଙ୍କୁ ପଛରେ ପକାଇ ପନ୍ତ ହେଲେ ‘ନମ୍ବର ୧’

ନୂଆଦିଲ୍ଲୀ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଜବରଦସ୍ତ କମ୍‌ବ୍ୟାକ୍‌ କରିଛି ଟିମ୍‌ ଇଣ୍ଡିଆ। ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଭାରତୀୟ...

ପିଚ୍‌ରେ ଡିଆଁ ମାରି ରିଷଭ ପନ୍ତଙ୍କୁ ରକ୍ଷା କଲେ ସରଫରାଜ: ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ,୧୯।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଟିମ ଇଣ୍ଡିଆ ପାଇଁ ସରଫରାଜ ଖାନ ଶତକ ହାସଲ କରିଛନ୍ତି। ସରଫରାଜଙ୍କ ଏହି ଇନିଂସ ସହ ଜଡିତ ଏକ...

ଚମକିଲେ ସରଫରାଜ: ଭାରତକୁ ବିପଦରୁ କଲେ ରକ୍ଷା

ବେଙ୍ଗାଲୁରୁ,୧୯।୧୦: ବେଙ୍ଗାଲୁରୁ ଟେଷ୍ଟ ଭାରତୀୟ ଷ୍ଟାର ଖେଳାଳିଙ୍କ ସରଫରାଜ ଖାନ୍‌ କ୍ୟାରିୟର ପ୍ରଥମ ଶତକ ମାରିଛନ୍ତି। ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ରୂପରେ...

ଇତିହାସ ରଚିଲେ ବିରାଟ କୋହଲି… ହାସଲ କଲେ ସ୍ବତନ୍ତ୍ର ରେକର୍ଡ

ବେଙ୍ଗାଲୁରୁ,୧୮।୧୦: ବିରାଟ କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ୯୦୦୦ ରନ ପୂରଣ କରିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବାଙ୍ଗାଲୋରରେ...

‘ଧୋନୀଙ୍କ ଭଳି କ୍ୱାଲିଟି ଆଣ’

ନୂଆଦିଲ୍ଲୀ,୧୮।୧୦: ବେଙ୍ଗାଲୁରୁ ଟେଷ୍ଟର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୫୬ ରନ୍‌ରେ ଅଗ୍ରଣୀ ରହିଥିଲା। ଏହାକୁ ନେଇ ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ କ୍ରିକେଟ ନିର୍ଦ୍ଦେଶକ ଭାବେ ଗାଙ୍ଗୁଲି ନିଯୁକ୍ତ

ନୂଆଦିଲ୍ଲୀ, ୧୮ା୧୦: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ସଂସ୍ଥାର ସେ ସମସ୍ତ କ୍ରିକେଟ...

ଅଶ୍ୱିନଙ୍କ କ୍ୟାରିୟରର ସବୁଠୁ ଖରାପ ଦିନ, ପ୍ରଥମ ଥର ପାଇଁ ଘଟିଲା ଏଭଳି

ନୂଆଦିଲ୍ଲୀ,୧୮।୧୦: ଟିମ୍‌ ଇଣ୍ଡିଆର ଭେଟେରାନ ସ୍ପିନର ଆର୍‌. ଅଶ୍ୱିନଙ୍କ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ ସ୍ମରଣୀୟ ହୋଇ ରହିବ। କାରଣ ମ୍ୟାଚ୍‌ର ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri