Categories: ଖେଳ

ଆକାଂକ୍ଷାଙ୍କ ଦ୍ୱାରା ୩ ନୂଆ ଜାତୀୟ ରେକର୍ଡ

ଗାଜିଆବାଦ, ୨୯ା୧୦ (ପି.ଟି.): ଖେଲୋ ଇଣ୍ଡିଆ ନ୍ୟାଶନାଲ ଓମେନ୍ସ ଓ୍ବେଟ୍‌ଲିଫ୍ଟିଂ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟରେ ମହାରାଷ୍ଟ୍ରର ଆକାଂକ୍ଷା ବ୍ୟବହାରେ ୪୦କେଜି କାଟେଗୋରିରେ ତିନୋଟି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଟାର୍ଗେଟ୍‌ ଅଲିମ୍ପିକ ପୋଡିୟମ ସ୍କିମ୍‌ (ଟପ୍ସ)ର ଅଂଶବିଶେଷ ଏହି ଓ୍ବେଟ୍‌ଲିଫ୍ଟର ସ୍ନାଚ୍‌, କ୍ଲିନ୍‌ ଓ ଜର୍କ ଏବଂ ଟୋଟାଲରେ ରେକର୍ଡ ସୃଷ୍ଟି କରିଛନ୍ତି। ଆକାଂକ୍ଷା ୬୦କେଜି ଉତ୍ତୋଳନ କରି ତାଙ୍କ ନାମରେ ରହିଥିବା ସ୍ନାଚ୍‌ ଜାତୀୟ ରେକର୍ଡକୁ ଭଙ୍ଗ କରିଦେଇଛନ୍ତି। ସେ ୭୧ କେଜି ଉଠାଇ କ୍ଲିନ୍‌ ଓ ଜର୍କ ଏବଂ ଟୋଟାଲ ୧୩୧ କେଜି ଓଜନ ଉଠାଇ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ମୀରାବାଇ ଚାନୁ ଉପସ୍ଥିତ ଥିଲେ। ଚଳିତ ବର୍ଷ ପ୍ରଥମ ଭାଗରେ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଓ୍ବେଟ୍‌ ଲିଫ୍ଟିଂର ପ୍ରଥମ ପର୍ଯ୍ୟାୟରେ ସେ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ।

Share