ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଆଇକନିକ୍ ମେକ୍ ଅପ୍ ବ୍ରାଣ୍ଡ୍ ଏମ୍ଏସି କସ୍ମେଟିକ୍ସ ଇଣ୍ଡିଆ ପକ୍ଷରୁ ନିକଟରେ ୩ଟି ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବିଶେଷ ପ୍ରକାରର ୨୪ଘ. କାଜଲ ଲାଇନର+ମ୍ୟାଟେ ଲିପ୍ଷ୍ଟିକ୍ ମେହର, ଅଲ ଫାୟାରଡ୍ ଅପ୍+ ଡି ଫର୍ ଡେଞ୍ଜର+ମୋଚା, ରେଟ୍ରୋ ମ୍ୟାଟେ ଲିପ୍ଷ୍ଟିକ ରୁବି ଉ+ ମିନି ଏମ୍ଏସି ଷ୍ଟ୍ରୋବେ କ୍ରିମ୍ ପିଙ୍କ୍ଲାଇଟ ରହିଛି। ଉକ୍ତ ସୌନ୍ଦର୍ଯ୍ୟ କିଟ୍ଗୁଡ଼ିକ ସୂକ୍ଷ୍ମରୁ ଗ୍ଲାମର ପର୍ଯ୍ୟନ୍ତ ଚଳିତ ଉତ୍ସବ ଋତୁର ଯେକୌଣସି ମୁହୂର୍ତ୍ତ ପାଇଁ ଉପଯୁକ୍ତ। ଆପଣ ପୂଜାପର୍ବରେ ଭାଗ ନିଅନ୍ତୁ ବା ସାଙ୍ଗସାଥୀ ମେଳରେ ଏହାକୁ ବ୍ୟବହାର କରିପାରିବେ। ସେହିଭଳି ଚଳିତ ବର୍ଷର ଦୀପାବଳିରେ ଏମ୍ଏସି କସ୍ମେଟିକ୍ସ ଇଣ୍ଡିଆ ବଲିଉଡ୍ ତାରକା ଭୂମି ପେଡନେକରଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଏହାର ଲାଇଟ ଅପ୍ କରାଇଛି। ବଲିଉଡ୍ ତାରକା ଏବଂ ଏମ୍ଏସି କସ୍ମେଟିକ୍ସ ଇଣ୍ଡିଆରେ ଭୂମି ପେଡନେକର ତାଙ୍କର ପ୍ରିୟ ଏମ୍ଏସି ଉପତ୍ାଦଗୁଡ଼ିକୁ ବାଛିଛନ୍ତି ଓ ସେଗୁଡ଼ିକୁ ଉତ୍ସାହିତ କରିଛନ୍ତି। ଏହି ବ୍ରାଣ୍ଡ୍ଗୁଡ଼ିକ ପାର୍ବଣଋତୁ ପାଇଁ ଉପଯୁକ୍ତ।
୩ଟି ସୀମିତ ଏଡିସନ କିଟ୍ସରେ ଏହି ଉପତ୍ାଦଗୁଡ଼ିକ ରହିଛି। ଏ ସମ୍ପର୍କରେ ଏମ୍ଏସି କସ୍ମେଟିକ୍ସ ଇଣ୍ଡିଆର ବ୍ରାଣ୍ଡ୍ ମ୍ୟାନେଜର କରେନ ଥମ୍ପସନ କହିଛନ୍ତି, ଚଳିତ ପାର୍ବଣ ଆଲୋକ, ରଙ୍ଗ ଓ ଚମକତାରେ ପରିପୂର୍ଣ୍ଣ ହେଉ। ଉକ୍ତ ଉତ୍ସବକୁ ମୁଖରିତ କରିବା ଲାଗି ଆମ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସଭିଙ୍କୁ ଆକୃଷ୍ଟ କରିବ। ଆମର ଏହି ନୂଆ ୩ଟି କିଟ୍ସର ଶୁଭାରମ୍ଭ ସହ ୨୦୦୦ରୁ ୩୨୫୦ ଟଙ୍କା ମଧ୍ୟରେ ଉପଲବ୍ଧ।