ଅଧ୍ୟକ୍ଷା ପାଇଁ ୩, କାଉନ୍‌ସିଲର ଲାଗି ୭୨ ନାମାଙ୍କନ

ପାରଳାଖେମୁଣ୍ଡି,୭ା୩(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ରବିବାର ବିଜେଡିରୁ ନିର୍ମଳା ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସୋମବାର ଶେଷ ଦିନରେ ଭାଜପା ପକ୍ଷରୁ ଏମ. ରାଜେଶ୍ୱରୀ ଓ କଂଗ୍ରେସ ପକ୍ଷରୁ ଖଗେଶ୍ୱରୀ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ୧୬ କାଉନସିଲର ପଦବୀ ପାଇଁ ଶେଷ ଦିନ ସୁଦ୍ଧା ୭୨ଜଣ ନାମାଙ୍କନ ଦାଖଲ କରିଛନ୍ତି।