Categories: ଜାତୀୟ

ଫୋନ ଚାର୍ଜ କଲା ବେଳେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

କୋଲକାତା,୨୧।୯: କୋଲକାତାଠାରୁ ୨୦ କିମି ଦୂର ବାରାକପୋର ନିକଟସ୍ଥ ଖାର୍ଦର ଏକ ଘରୁ ମିଳିଛି ଗୋଟିଏ ପରିବାର ୩ ସଦସ୍ୟଙ୍କ ମୃତଦେହ। ଘରେ ବର୍ଷା ପାଣି ପଶିଥିବାରୁ ବିଦ୍ୟୁତ୍‌ ଆଘାତରେ ସମସ୍ତେ ପ୍ରାଣ ହରାଇଥିବା ଅଧିକାରୀମାନେ ସନ୍ଦେହ କରୁଛନ୍ତି।

ମୃତକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଫୋନ ଚାର୍ଜ କଲା ବେଳେ ପ୍ରାଣ ହରାଇଥିବା ଜଣାପଡ଼ିଛି। ତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ପତ୍ନୀ ଓ ୧୦ ବର୍ଷର ପୁଅ ପ୍ରାଣ ହରାଇଛନ୍ତି। ମୃତ ଦମ୍ପତିଙ୍କ ୪ ବର୍ଷର ସାନ ପୁଅ ଖଟ ଉପରେ ଥାଇ ସାହାଯ୍ୟ ପାଇଁ ଚିତ୍କାର କରିବା ପରେ ପଡ଼ୋଶୀମାନେ ଉଦ୍ଧାରକାରୀ ଦଳକୁ ଡକାଇଥିଲେ।

ରବିବାର ରାତି ଓ ସୋମବାର ସକାଳୁ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହୋଇଥିଲା। ଏଥିଯୋଗୁ କୋଲକାତାର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଛି। ଏପରିକି ରାଜଧାନୀସ୍ଥିତ ଏକ ହସ୍ପିଟାଲ ବିଲ୍ଡିଂରେ ପାଣି ପଶି ଯାଇଛି। ଫଳରେ ଡାକ୍ତର ଓ ନର୍ସମାନଙ୍କୁ ଅଣ୍ଠାଏ ପାଣିରେ ପଶି ରୋଗିଙ୍କ ଚେକ୍‌ ଅପ୍‌ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି।

Share