୩ ଓଡ଼ିଆ ପୁରସ୍କୃତ

ଭୁବନେଶ୍ୱର, ୨୬।୧୦(ବ୍ୟୁରୋ): ନୂଆଦିଲ୍ଲୀରେ ସୋମବାର ଅନୁଷ୍ଠିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଓଡ଼ିଶାର ୩ଜଣଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ‘ଶଲା ବୁଢ଼ାର ବଦ୍‌ଲା’ ପାଇଁ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏବଂ ‘କାଲିର ଅତୀତ’ ପାଇଁ ନୀଳମାଧବ ପଣ୍ଡା ଦ୍ୱୈତ ଭାବେ ଏହି ଜାତୀୟ ପୁରସ୍କାର ପାଇଛନ୍ତି। ନନ୍‌ ଫିଚର ଫିଲ୍ମ ବର୍ଗରେ ଆଶୁତୋଷ ପଟ୍ଟନାୟକ ମଧ୍ୟ ପୁରସ୍କୃତ ହୋଇଛନ୍ତି। ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଫିଲ୍ମ ପାଇଁ ଶ୍ରେଷ୍ଠ କଳା ଓ ସଂସ୍କୃତି ବର୍ଗରେ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଉପରାଷ୍ଟ୍ରପତି ଭେଙ୍କାୟା ନାଇଡ଼ୁ ଏମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ଅବସରରେ ସବ୍ୟସାଚୀ ମହାପାତ୍ର ଖୁସିବ୍ୟକ୍ତ କରି କହିଛନ୍ତି, ଏହି ସଫଳତା ପାଇଁ ମା’ ସମଲେଶ୍ୱରୀଙ୍କ ପାଖରେ ମୋର ପ୍ରଣାମ
ଜଣାଇବା ସହିତ ସବୁ ଦର୍ଶକଙ୍କୁ ଧନ୍ୟବାଦ ଜଣାଉଛି। ବାପାଙ୍କ କଥା ଆଜି ବହୁତ ମନେପଡ଼ୁଛି। ସେ ଥିଲେ ବହୁତ ଖୁସି ହୋଇଥାନ୍ତେ ବୋଲି ସବ୍ୟସାଚୀ କହିଛନ୍ତି। ସେହିପରି ନୀଳମାଧବ ପଣ୍ଡା ମଧ୍ୟ ଏହି ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ପୃଥିବୀ ମା’କୁ ମୋର ଏହି ସମ୍ବର୍ଦ୍ଧନା ଉତ୍ସର୍ଗୀକୃତ କରୁଛି ବୋଲି କହିଛନ୍ତି। ‘କାଲିର ଅତୀତ’ ତାଙ୍କର ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ଚମ୍ପାପୁଟ ଘାଟରେ ବୁଡ଼ିଲା ଡଙ୍ଗା: ଜଣେ ନିଖୋଜ

ନନ୍ଦପୁର,୨୭।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ଚମ୍ପାପୁଟ ଘାଟରେ ରବିବାର ସକାଳୁ ଏକ ଅଘଟଣ ଘଟିଛି। ଘାଟରୁ ଏକ...

ନିନ୍ଦା କରିବା ପରିବର୍ତ୍ତେ ଭାରତକୁ ପ୍ରମାଣ ମାଗିଲେ ଶାହିଦ ଆଫ୍ରିଦି, ବୟାନ ଶୁଣିଲେ…

ଇସଲାମାବାଦ,୨୭।୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏହାକୁ ନେଇ ଚାରିଆଡେ ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ପାକିସ୍ତାନ...

ଆମ୍ବୁଲାନ୍ସରେ ହେଉଥିଲା ଗୋଚାଲାଣ: ୪ ଗୋରୁ ଉଦ୍ଧାର, ଆମ୍ବୁଲାନ୍ସ ଜବତ

ଭଦ୍ରକ,୨୭।୪(ସନାତନ ରାଉତ): ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଅଭିନ ଉପାୟରେ କରୁଛନ୍ତି ଗୋଚାଲାଣ ।ରବିବାର...

ମାନିଲା ରୁଷିଆ,ୟୁକ୍ରେନ ଯୁଦ୍ଧରେ ଲଢୁଛନ୍ତି ଦକ୍ଷିଣ କୋରିଆ ସୈନିକ, ପ୍ରଶଂସାରେ ପୋତିଲା…

ମସ୍କୋ,୨୭।୪: ଶେଷରେ ମାନିଲା ରୁଷିଆ। ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆର ସୈନ୍ୟଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ରୁଷିଆ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି।...

ବିପଦକୁ ଡାକୁଛି ଶୁଖିଲା ଗଛ, ପବନରେ ଡାଳ ଭାଙ୍ଗିବାରୁ ଆତଙ୍କିତ ପଥଚାରୀ

ଦାରିଙ୍ଗବାଡ଼ି,୨୭।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ଳିହେରୀ ପଞ୍ଚାୟତ ମ୍ଲୁକଚେରୀ ଗାଁ ଜାତୀୟରାଜପଥ କଡ଼ରେ ରହିଛି ଶୁଖିଲା ବିରାଟ କାୟ ଗଛ। ଯାହାକି...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କହି ଠକେଇ; ଯୁବକ ଗିରଫ

ରାଉରକେଲା,୨୭ା୪: ରାଉରକେଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଜଣେ...

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଓଭର ବ୍ରିଜ ୱାଲରେ ପିଟି ହେଲା ବାଇକ, ୨ ମୃତ ଜଣେ ଗୁରୁତର

ଭଦ୍ରକ,୨୭।୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ବନ୍ତ ଛକ ଓଭର ବ୍ରିଜ ନେହେରୁ ଷ୍ଟାଡିଅମ ନିକଟରେ ରବିବାର ପୂର୍ବାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି।...

NCC କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗ, ୭ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା

ଛତିଶଗଡ଼,୨୭ା୪: ବିଲାସପୁର ଜିଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କୁ NCC ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image