Categories: ଖେଳ

କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତରେ ଅନ୍ୟ ୩ ଅଭିଯୁକ୍ତ

ନୂଆଦିଲ୍ଲୀ,୨୦।୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ କରିବା ଘଟଣାରେ ମହିଳା ଅଭିଯୁକ୍ତ ସପ୍‌ନା ଗିଲଙ୍କୁ ପୋଲିସ ଦୁଇଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଇତିମଧ୍ୟରେ ଗିରଫ ହୋଇଥିବା ସପ୍‌ନାଙ୍କ ୩ ସହଯୋଗୀଙ୍କୁ ସୋମବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ମୁମ୍ବାଇ ବିମାନବନ୍ଦର ଏକ ତାରକା ହେଟେଲରେ ପୃଥ୍ବୀ ଶ’ ଉପସ୍ଥିତ ଥିବା ବେଳେ ସପ୍‌ନା ଗିଲ ଏବଂ ତାଙ୍କ ସାଙ୍ଗମାନେ ସେଲଫି ନେବାକୁ ଉଦ୍ୟମ କରିଥିଲେ। ହେଲେ ପୃଥ୍ବୀ ଶ’ ମନା କରିଦେଇଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟରଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏପରିକି ଉତ୍ତ୍ୟକ୍ତ ଲୋକେ କାର୍‌ ଭଙ୍ଗାରୁଜା କରିଥିଲେ। ଏନେଇ ପୃଥ୍ବୀଙ୍କ ସହ ଥିବା ବନ୍ଧୁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Share