Categories: ଖେଳ

୩ ଓଭର ବୋଲିଂରେ ଅଷ୍ଟ୍ରେଲିଆର ଅଧା ଟିମ୍‌କୁ କରିଦେଲେ ଆଉଟ୍‌; ଚର୍ଚ୍ଚାରେ ୨୮ ବର୍ଷୀୟ ସ୍ପିନର୍‌

ନୂଆଦିଲ୍ଲୀ,୩।୯: ୩ ଓଭର ବୋଲିଂ, ନେଲେ ୫ ଗୁରୁତ୍ୱପୂର୍ଣ୍ଣ ଉଇକେଟ। ଫଳରେ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଟିମ୍‌ ଅଷ୍ଟ୍ରେଲିଆଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ। କିଛି ଏଭଳି ଦୃଶ୍ୟ ବିଶ୍ୱ କ୍ରିକେଟରେ ଦେଖିବାକୁ ମିଳିଛି। ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ-ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜର ଶେଷ ମୁକାବିଲାରେ ଘରୋଇ ଟିମ୍‌ର ଅଧା ଉଇକେଟ ନେଇ ଚର୍ଚ୍ଚାରେ ଜଣେ ବୋଲର୍‌। ସେ ହେଲେ ଜିମ୍ବାଓ୍ବେର ୨୮ ବର୍ଷୀୟ ଲେଗ୍‌ ସ୍ପିନର୍‌ ରିଆନ୍‌ ବୁର୍ଲେ।

ରିଆନ ମାତ୍ର ୩ ଓଭର ବୋଲିଂ କରି ୧୦ ରନ୍‌ ଦେଇ ୫ ଉଇକେଟ ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ ଟିମ୍‌ର ମେରୁଦଣ୍ଡ ଦୋହଲି ଯାଇଥିଲା। ପରେ ଦଳ ୧୪୧ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତେବେ ଅଷ୍ଟ୍ରେଲିଆର ମୋଟ ସ୍କୋର ୧୪୧ ରନ୍‌ରୁ ୯୬ ଡେଭିଡ୍‌ ଓ୍ବାର୍ନରଙ୍କ ବ୍ୟାଟ୍‌ରୁ ଆସିଥିଲା। ଏହା ଅନେକଙ୍କୁ ଚକିତ କରିଛି। ଜବାବରେ ଜିମ୍ବାଓ୍ବେ ୧୧ ଓଭର ଥାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ଐତିହାସିକ ବିଜୟ ପରେ ବୁର୍ଲେଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share