ଆମେରିକାରେ ୩ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି

ଓ୍ବାଶିଂଟନ,୨୭।୧୧: ଆମେରିକାରେ ୩ଜଣ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି କରାଯାଇଥିଲା, ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଓ୍ବେଷ୍ଟ ବ୍ୟାଙ୍କରେ ଅବସ୍ଥିତ ଛାତ୍ରମାନଙ୍କ ପାଇଁ ଥିବା ବଚପନ ସ୍କୁଲ କହିଛି ଶନିବାର ରାତିରେ ବୁର୍ଲିଂଟନ ଏବଂ ଓ୍ବର୍ମେଂଟରେ ଆମେରିକାର କଲେଜରେ ପଢୁୁଥିବା ୩ଜଣ ପାଲେଷ୍ଟାଇନ ଛାତ୍ରଙ୍କୁ ଗୁଳି କରାଯାଇଥିଲା। ବର୍ତ୍ତମାନ ଛାତ୍ରମାନେ ଚିକିତ୍ସିତ ହେଉଛନ୍ତି।
ରାମଲ୍ଲାହ ଫ୍ରେଣ୍ଡସ ସ୍କୁଲ ଏକ ଫେସବୁକ ପୋଷ୍ଟରେ ଲେଖିଛନ୍ତି, ଆମର ୩ଜଣ ଛାତ୍ରଙ୍କୁ ଆମେରିକାର ଓ୍ବର୍ମେଂଟ ବିଶ୍ୱବିଦ୍ୟାଳୟ ଭିତରେ ଗୁଳି କରାଯାଇଛି। ଏହି ଛାତ୍ରମାନେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ହିଶାମ ଅୱତାନି ବ୍ରାଉନ ୟୁନିଭରସିଟିର ଛାତ୍ର। ସେହିପରି କିନ୍ନନ ଅବଦେଲ ହାମିଦ ଓ ତହସିନ ଅହମଦ ପେନସିଲଭାନିଆରେ ହାଭରଫୋର୍ଡ କଲେଜ ଏବଂ ଟ୍ରିନିଟି କଲେଜର ଛାତ୍ର।
ବିଦ୍ୟାଳୟ ଏହି ପୋଷ୍ଟରେ ଲେଖିଛି, ଆମେ ଛାତ୍ରମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ସୂଚନାଯୋଗ୍ୟ, ହିଶାମଙ୍କ ପିଠିରେ ଗୁଳି ବାଜିଥିବା ବେଳେ ତହସିନଙ୍କ ଛାତିରେ ସାମାନ୍ୟ ଆଘାତ ଲାଗିଛି ଏବଂ କିନ୍ନାନ ସାମାନ୍ୟ ଆହତ ହୋଇଛନ୍ତି।
ପାଲେଷ୍ଟାଇନ ବୈଦେଶିକ ମନ୍ତ୍ରଣାଳୟ ରବିବାର କହିଛି ଯେ ଗୁଳି ବିନିମୟ ପୂର୍ବରୁ ଛାତ୍ରମାନେ ଆରବୀରେ କଥାବାର୍ତ୍ତା ହେଉଥିଲେ। ସେ ଏକ ପାରମ୍ପାରିକ ପାଲେଷ୍ଟାଇନ କେଫିହୈ ପିନ୍ଧିଥିଲେ।

Share