ନୂଆ ଭାରିଆଣ୍ଟ୍‌ ଦ୍ୱାରା ୩ ପ୍ରତିଶତ ଶିଶୁ ହେବେ ଗୁରୁତର: ନୀତି ଆୟୋଗ…

ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ ଭୂତାଣୁର ରୂପ ବଦଳିଲେ ଯେଉଁ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେବ ତାହାଦ୍ୱାରା ଦେଶର ୩ ପ୍ରତିଶତ ଶିଶୁଙ୍କ ଅବସ୍ଥା ଗୁରୁତର ହୋଇପଡ଼ିବ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିବ ବୋଲି ଆୟୋଗର ସଦସ୍ୟ ବି.କେ. ପଲ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହେଉଥିବା ଶିଶୁଙ୍କଠାରେ ମଲ୍ଟି ସିଷ୍ଟମ୍‌ ଇନଫ୍ଲାମେଟ୍ରି ସିଣ୍ଡ୍ରୋମ୍‌ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହାଦ୍ୱାରା ସ୍ଥିତି ସଙ୍କଟ ଜନକ ହେବ ବୋଲି ସେ କହିଛନ୍ତି। ଶିଶୁଙ୍କଠାରେ ପ୍ରଥମେ ଜ୍ୱର,କାଶ ଏବଂ ଥଣ୍ଡା ହୋଇ ନିମୋନିଆ ସ୍ଥିତି ସୃଷ୍ଟି ହେବ ବୋଲି ସେ କହିଛନ୍ତି। କେତେକ ଶିଶୁଙ୍କଠାରେ କରୋନାରୁ ସୁସ୍ଥ ହେବାପରେ ୨ରୁ ୬ ସପ୍ତାହ ମଧ୍ୟରେ ପୁଣି ଥରେ ଜ୍ୱର ହେଉଥିବା ସେ ଚେତାବନୀ ଦେଇଛନ୍ତି। କରୋନାର ତୃତୀୟ ଲହର ଶିଶୁଙ୍କ ପାଇଁ ଘାତକ ସାବ୍ୟସ୍ତ ହେବାର ଆଶଙ୍କ ଥିବା ନେଇ ସେ ଗୁରୁତ୍ୱାରୋପ କରିଛନ୍ତି।

Share