ରାତିରେ ଇଟାଭାଟିରେ ନିଆଁ ଲଗାଇ ଶୋଇଥିଲେ, ଆଉ ତା’ପରେ…

ଢେଙ୍କାନାଳ,୧୦।୨(ରତନ ନାୟାର): ଢେଙ୍କାନାଳ ଜିଲା ଓଡାପଡା ବ୍ଲକ କଣ୍ଟାବଣିଆ ଥାନା କମଳାଙ୍ଗ ଗ୍ରାମ ନିକଟ ଇଟା ଭାଟିରେ ବଡ଼ ଅଘଟଣ ଘଟିଛି। ଇଟାଭାଟିରେ ନିଆଁ ଲଗାଇ ଭାଟି ଉପରେ ଶୋଇଥିଲେ। ଯାହା ପରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଶ୍ରମିକମାନେ ଇଟାଭାଟିରେ ନିଆଁ ଲଗାଇ ତା’ ଉପରେ ଶୋଇଥିଲେ। ଆଜି ସକାଳେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share