ଯୁକ୍ତ ୩, ପିଜି ଛାତ୍ରୀଛାତ୍ରଙ୍କୁ ମିଳିଲା ‘ନୂଆ-ଓ’ ସ୍କଲାରଶିପ୍‌

ଭୁବନେଶ୍ୱର,୨୬ା୨: ରାଜ୍ୟ ସରକାର ସୋମବାର ୩ଟି ଜିଲାର ଛାତ୍ରୀଛାତ୍ରଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ଆଜି ସମ୍ବଲପୁର, ଦେବଗଡ଼ ଏବଂ ଅନୁଗୋଳ ଜିଲାର ଯୁକ୍ତ ୩ ତିନି ଏବଂ ପିଜି ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍‌ ବଣ୍ଟନ କରାଯାଇଛି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର ଟଙ୍କା ଲେଖାଏ ସ୍କଲାରଶିପ୍‌ ଏବଂ ସାର୍ଟିଫିକେଟ୍‌ ପ୍ରଦାନ କରିଛନ୍ତି। ଉଚ୍ଚଶିକ୍ଷାରେ ଅର୍ଥ ଆଉ ବାଧକ ସାଜିବନି ବୋଲି ସରକାର ଏହି ଛାତ୍ରବୃତ୍ତି ପ୍ରଦାନ କରିଛନ୍ତି।

Share