ମ୍ୟାଚ୍‌ ନ ଖେଳି ମଧ୍ୟ ୩ ଖେଳାଳି ହୋଇଗଲେ ଚାମ୍ପିୟନ୍‌, ମିଳିଲା…

ନୂଆଦିଲ୍ଲୀ, ୩୦।୦୬: ଭାରତ ବିଶ଼୍ବ ଚାମ୍ପିୟନ୍‌ ହେବା ପରେ ଟିମ୍‌ର ଫଟୋ ଏବଂ ଭିଡିଓ ବହୁ ମାତ୍ରାରେ ଶେୟାର କରାଯାଉଛି । ଏଥିରେ କେଉଁ ଖେଳାଳିଙ୍କ ଯୋଗଦାନ ମ୍ୟାଚ୍‌ରେ ଅଧିକ ରହିଛି, ତାହା କେଉଁ ଖେଳାଳିଙ୍କ ମୁହଁରୁ ସ୍ପଷ୍ଟ କରି ହେଉନାହିଁ । କାରଣ ସମସ୍ତଙ୍କ ମୁହଁରେ ଖୁସି ଏବଂ ଗର୍ବର ଝଲକ୍‌ ଭରି ରହିଛି । ୧୧ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିଛି ଦଳ । ୧୯୮୩ ରେ ଭାରତକୁ ପ୍ରଥମ ଥର ବିଶ଼୍ବକପ୍‌ ଜିତିଥିଲା । ସେତେବେଳେ ସୁନିଲ୍‌ ୱାଲ୍‌ସନ୍‌ଙ୍କୁ ଗୋଟିଏ ବି ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନଥିଲା । ସେଭଳି ଏକ ଘଟଣା ଚଳିତ ମ୍ୟାଚ୍‌ରେ ମଧ୍ୟ ଘଟିଛି ।

ରୋହିତଙ୍କ ଟିମ୍‌ରେ ୩ ଜଣ ଖେଳାଳି ରହିଛନ୍ତି, ଯେଉଁମାନଙ୍କୁ ଥରେ ମଧ୍ୟ ପ୍ଲେଇଂ ୧୧ ଭିତରେ ସ୍ଥାନ ମିଳିନାହିଁ । ଏମାନେ ହେଲେ ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମ୍‌ସନ୍‌ ଏବଂ ଯଶସ଼୍ବୀ ଜୟସ଼୍ବାଲ ।

ବିଶ଼୍ବକପ୍‌ରେ ଭାରତୀୟ ଟିମ୍‌ର ମ୍ୟାଚ୍‌ରେ ୧୨ ଜଣ ଖେଳାଳିଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା । ସେମାନେ ପ୍ରଥମ ମ୍ୟାଚ୍‌ରୁ ଆରମ୍ଭ କରି ଫାଇନାଲ୍‌ ମ୍ୟାଚ୍‌ ପର୍ଯ୍ୟନ୍ତ ଖେଳି ଦଳକୁ ଟ୍ରଫି ଦେଇଥିଲେ । କେବଳ ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମ୍‌ସନ୍‌ ଏବଂ ଯଶସ଼୍ବୀ ଜୟସ଼୍ବାଲଙ୍କୁ ସ୍ଥାନ ମିଳିନଥିଲା । ଚହଲ ଟିମ୍‌ର ଦ଼୍ବିତୀୟ ସ୍ପେଶାଲିଷ୍ଟ ସ୍ପିନର । ପ୍ରଥମରେ କୁଲଦୀପ ଯାଦବ ରହିଛନ୍ତି । କୁଲଦୀପଙ୍କ ପ୍ରଦର୍ଶନରେ ରୋହିତ ଏତେ ପ୍ରଭାବିତ ଥିଲେ ଯେ ଦ଼୍ବିତୀୟ ସ୍ପିନରଙ୍କୁ ବାଛିନଥିଲେ । ୱିକେଟ୍‌ ରକ୍ଷକ ସଞ୍ଜୁ ସାମସନ୍‌ଙ୍କ ଅବସ୍ଥା ମଧ୍ୟ ସମାନ । ରିଷଭ ପନ୍ତ ଆଶାଠାରୁ ଭଲ ପ୍ରଦର୍ଶନ କରିବାରୁ ରୋହିତ ତାଙ୍କୁ କାଢ଼ି ନଥିଲେ । ଫଳରେ ସେ ଗୋଟିଏ ବି ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇ ପାରିଲେ ନାହିଁ ।

ହେଲେ ଯଶସ଼୍ବୀଙ୍କ ସହ ଏପରି କିଛି ହୋଇନାହିଁ । ସେ ଟିମ୍‌ର ଓପନର ସ୍ପେଶିଆଲିଷ୍ଟ । ରୋହିତଙ୍କ ପରେ ସେ ଜଣେ ହିଁ ଟିମ୍‌ର ଓପନର୍‌ ଥିଲେ । ହେଲେ ତାଙ୍କୁ ପଡ଼ିଆକୁ ନ ଓହ୍ଲାଇବା ପଛରେ ରୋହିତ ଏବଂ କୋଚ୍‌ ଦ୍ରାବିଡ଼ଙ୍କ ଅଲଗା ପ୍ଲାନ୍‌ ଥିଲା । କୋହଲିଙ୍କ ଖରାପ ପ୍ରଦର୍ଶନ ସତ୍ତ଼୍େବ ତାଙ୍କୁ ଫାଇନାଲ୍‌ରେ ତାଙ୍କୁ ଦଳ ପୁଣି ଚାନ୍ସ ଦେଇଥିଲା ଏବଂ ସେ ଟ୍ରଫି ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ସମସ୍ତ ଖେଳାଳିଙ୍କୁ ପଦକ ମିଳିଥିଲା ।

Share