ଗ୍ରେନେଡ ଆକ୍ରମଣରେ ୩ ପୋଲିସ ଆହତ

କରାଚୀ,୧୭ା୮: କରାଚୀରେ ଏକ ପୋଲିସ ଗାଡ଼ି ଉପରକୁ ଅଜଣା ବ୍ୟକ୍ତି ହ୍ୟାଣ୍ଡ ଗ୍ରେନେଡ୍‌ ଫିଙ୍ଗିବା ଦ୍ୱାରା ତିନି ଜଣ ପାକିସ୍ତାନୀ ପୋଲିସ ଆହତ ହୋଇଛନ୍ତି। କରାଚୀର ସିନିୟର ପୋଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) ଗୁରୁବାର କହିଛନ୍ତି, ସଚ୍ଚାଲ କରାଚୀରେ ଏକ ପୋଲିସ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ହ୍ୟାଣ୍ଡ ଗ୍ରେନେଡ ଫିଙ୍ଗି ଚାଲିଯାଇଥିଲେ।

ଏହି ସମୟରେ ଆଉ ଏକ ଘଟଣାରେ ଅଜଣା ବ୍ୟକ୍ତିମାନେ ବାଲୁଚିସ୍ତାନ ପ୍ରଦେଶର ନାସିରାବାଦର ଡେରା ମୁରାଦ ଜମାଲିରେ ଏସ୍‌ଏସ୍‌ପି ସ୍କ୍ବାଡ ଉରକୁ ହ୍ୟାଣ୍ଡ ଗ୍ରେନେଡ ବି ଫିଙ୍ଗିଥିଲେ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଏସ୍‌ଏସ୍‌ପି ନାସିରବାଦ ହୁସେନ ଲେହେରି ତାଙ୍କ ସ୍କ୍ବାଡ ସହିତ ପାଟ୍ରୋଲିଂରୁ ଫେରୁଥିଲେ। ଏହି ସମୟରେ ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ହୋଇଥିଲା।

Share