ନିଲମ୍ବିତ ହେଲେ ୩ ପୋଲିସ

ନୟାଗଡ଼,୩ା୭(ଲୋକନାଥ ମିଶ୍ର): ନୟାଗଡ଼ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ ଚୋରି ଘଟଣାରେ ଅଭିଯୋଗକାରୀଙ୍କୁ ଅସହଯୋଗ ନେଇ ୩ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଏସ୍‌ଆଇ ହସିନା ପ୍ରଧାନ, ଏଏସ୍‌ଆଇ ରାଜେଶ୍ବରୀ ନାୟକ ଏବଂ କନଷ୍ଟେବଳ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନୟାଗଡ଼ ଏସ୍‌ପି ରାହୁଲ ଜୈନ ବୁଧବାର ନିଲମ୍ବନ କରିଛନ୍ତି।

ସୂଚନାଯୋଗ୍ୟ, ଚୋରି ପରେ ଅଭିଯୋଗକାରୀ ଚୋରି ଓ ସୁରକ୍ଷା ସମ୍ପର୍କରେ ସଦରଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ଥାନାରେ ଉପସ୍ଥିତ ପୋଲିସ କିଛି ନ ଶୁଣି ସକାଳେ ବୁଝିବାକୁ ଦର୍ଶାଇ ତଡ଼ି ଦେଇଥିଲେ। ଚୋରମାନେ ଗତ ୩୦ ତାରିଖ ରାତିରେ ୪ଜଣଙ୍କ ଘରୁ ବିଳମ୍ବିତ ରାତିରେ ଝରକା ଏବଂ କବାଟ ତାଡ଼ି ୨୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ଲକ୍ଷାଧିକ ଟଙ୍କା ଚୋରାଇ ନେଇଥିଲେ।