ଭଣ୍ଡାରିପୋଖରୀ,୪।୮(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରୁ ମଙ୍ଗଳବା ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ରହଣିଆ ପଞ୍ଚାୟତ ରାଣିଗଡ଼ିଆ ଗ୍ରାମରୁ ୨ ଜଣ ରହିଥିବା ବେଳେ ଆକୁଲିକଣା ଗ୍ରାମରୁ ଜଣେ ସ୍ଥାନୀୟ ବ୍ୟକ୍ତି ରହିଛନ୍ତି। ଏହା ପରେ ରହଣିଆ ସରପଞ୍ଚ ଅଲିଭା ନାୟକ ରାଣିଗଡ଼ିଆ ଗ୍ରାମର ୧୪ ଓ ୧୭ ନଂ ୱାର୍ଡ, ଆକୁଲିକଣା ଗ୍ରାମର ୨ ନଂ. ୱାର୍ଡକୁ ୭ ଦିନ ପାଇଁ ଶଟ୍ଡାଉନ ଘୋଷଣା କରିଛନ୍ତି। ଏହାଛଡା ଚିହ୍ନଟ ପଜିଟିଭ୍ ଆକ୍ରାନ୍ତମାନେ ଗ୍ରାମର ଏଣେତେଣେ ବୁଲାବୁଲି କରିଥିବାରୁ ଉକ୍ତ ୱାର୍ଡଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ପାଇଁ ଭଦ୍ରକ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି। ଆକ୍ରାନ୍ତ ତିନ ଜଣଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ ପଠାଯାଇଛି। ପଞ୍ଚାୟତର ଏହି ତିନଟି ୱାର୍ଡକୁ ସାନିଟାଇଜ କରିବା ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ କଣ୍ଟାକ୍ଟ ଟ୍ରେସିଂକରି ସ୍ବାବ ସଂଗ୍ରହ ପାଇଁ ବ୍ୟବସ୍ଥା ହୋଇଥିବା ସରପଞ୍ଚଙ୍କ ସୂତ୍ରରୁ ଜଣାଯାଇଛି।
ପ୍ରକାଶ ଯେ, ଉକ୍ତ ପଞ୍ଚାୟତରୁ ଗତ କିଛି ଦିନ ତଳେ ଜଣେ ସ୍ଥାନୀୟ ଯୁବକ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ କେଶପୁର ସମେତ ପଞ୍ଚାୟତର ୪ଟି ୱାର୍ଡକୁ ସରପଞ୍ଚ ଶଟ୍ଡାଉନ ଘୋଷଣା କରିଥିଲେ। ଆକ୍ରାନ୍ତ ଯୁବକ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ଶଟଡାଉନ ନିୟମ ବଳବତ୍ତର ରହିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଭଦ୍ରକ