୩ ସୋମବାର ଜଳଲାଗି

ଢେଙ୍କାନାଳ, ୫।୭(ରତନ ନାୟାର): ଯୋଡ଼ା ଶ୍ରାବଣରେ ଜଳାଭିଷେକକୁ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ। ବିଶ୍ୱପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଢେଙ୍କାନାଳ ଜିଲାର ୧୨ ଶୈବ କ୍ଷେତ୍ରରେ ଜୁଲାଇ ୧୦, ଅଗଷ୍ଟ ୨୧ ଏବଂ ୨୮ ତାରିଖରେ ପଡୁଥିବା ସୋମବାରରେ ଜଳଲାଗି କରାଯିବ। ରାଜପୁରୋଧା ପଞ୍ଚାନନ ମିଶ୍ରଙ୍କ ଗଣନା ଅନୁଯାୟୀ ଏହି ନୀତିନିର୍ଘଣ୍ଟ ସ୍ଥିରୀକୃତ ହୋଇଛି। କାଉଡ଼ିଯାତ୍ରାକୁ ଶୃଙ୍ଖଳିତ କରିବା ଲାଗି ମଙ୍ଗଳବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲାପାଳ ସରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି।
କାଉଡ଼ିଯାତ୍ରା ସମୟରେ ଶୈବପୀଠଗୁଡ଼ିକ ଆବର୍ଜନାମୟ ହୋଇପଡୁଛି। ଏହାକୁ ରୋକିବା ଲାଗି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଶୋଭାଯାତ୍ରାରେ ଡିଜେ ସାଉଣ୍ଡ୍‌ ଉପରେ କଟକଣା ଜାରି କରାଯାଇଛି। କେବଳ କାଉଡ଼ିଯାତ୍ରା ନୁହେଁ, ଏଣିକି ଜିଲାର କୌଣସି ପୂଜା ଉତ୍ସବ, ସମାରୋହ ଏବଂ କାର୍ଯ୍ୟକ୍ରମରେ ଡିଜେ ସାଉଣ୍ଡ ବାଜିବ ନାହିଁ ବୋଲି ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। କପିଳାସ ପୀଠକୁ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହେଉଥିବାରୁ ସେଠାରେ ଅସ୍ଥାୟୀ ଶୌଚାଳୟ ଏବଂ ପାନୀୟ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପୌର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। କାଉଡ଼ିଆଙ୍କଠାରୁ କୌଣସି ପ୍ରକାର ଅର୍ଥ ଆଦାୟ ହେବନାହିଁ। ଶ୍ରଦ୍ଧାଳୁଙ୍କୁ ନେବାଆଣିବାରେ ନିୟୋଜିତ ଗାଡ଼ି ଯେପରି ଧାର୍ଯ୍ୟ ଭଡ଼ାଠାରୁ ଅଧିକ ନେବେନାହିଁ, ସେଥିପ୍ରତି ଧ୍ୟାନ ଦେବାକୁ ଜିଲାପାଳ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କାଉଡ଼ିଆଙ୍କ ସୁରକ୍ଷା ଦୃଷ୍ଟିରୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବା, ନଦୀରୁ ଜଳ ଉଠାଇବା ବେଳେ ସତର୍କତା ଅବଲମ୍ବନ କରିବା, ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ନଦୀ କୂଳରେ ଓଡ୍ରାଫ୍‌, ଅଗ୍ନିଶମ ବାହିନୀ ମୁତୟନ କରିବା ଆଦି ବିଷୟରେ ଆଲୋଚନା ହୋଇଛି। କାଉଡ଼ିଆଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ କପିଳାସ ପୀଠ ପରିସର ଏବଂ ପାଦଦେଶରେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ଖାଦ୍ୟର ମାନ ଯାଞ୍ଚ ହେବ। ଟ୍ରାଫିକ୍‌ ଓ ଆଇନଶୃଙ୍ଖଳା ରକ୍ଷା ପାଇଁ ଯଥେଷ୍ଟ ପୋଲିସ ଫୋର୍ସ ମୁତୟନ ହେବେ। ଭିଡ଼ ନିୟନ୍ତ୍ରଣରେ ଏନ୍‌ସିସି, ସ୍କାଉଟ୍ସ, ସ୍ବେଚ୍ଛାସେବୀ ନିୟୋଜିତ ହେବେ ବୋଲି ନିଷ୍ପତ୍ତି ହୋଇଛି।
ପ୍ରାରମ୍ଭରେ ଜିଲା ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କାଉଡ଼ି ଯାତ୍ରାର ସୁପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର, ଅତିରିକ୍ତ ଏସ୍‌ପି ସୂର୍ଯ୍ୟମଣି ପ୍ରଧାନ, ଜିଲା ବନଖଣ୍ଡ ଅଧିକାରୀ ସୁମିତ କର, କାମାକ୍ଷାନଗର ଉପଜିଲାପାଳ ନାରାୟଣ ନାୟକ, ଜିଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, କାମାକ୍ଷାନଗର ଏସ୍‌ଡିପିଓ ରଞ୍ଜନ ଦେ, ସଦର ବିଡିଓ ସୁଧୀର ନାୟକ, ଗଁଦିଆ ବିଡିଓ ଆଶିଷ ସାହୁଙ୍କ ସମେତ ଟାଉନ, ସଦର, ଗଁଦିଆ, ଭୁବନ, ମୋଟଙ୍ଗା, କଣ୍ଟବଣିଆ ଥାନାର ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ...

ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ସୁଇସାଇଡ୍‌ ନୋଟ୍‌ରେ ଥିଲା…

ଭବାନୀପାଟଣା,୨୩ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣାରେ ବନ ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଯାଞ୍ଚ୍‌ ଆରମ୍ଭ ହୋଇଛି।...

ଜଳପ୍ରପାତରେ ବୁଡି ୨ ଡାକ୍ତରୀ ଛାତ୍ରୀଙ୍କ ଜୀବନ ଗଲା: ଜଣେ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ମାଲକାନଗିରି,୨୩ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରୁ ୪୦ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର ତରଙ୍ଗିଣୀ ଜଳପ୍ରପାତରେ ୫ଜଣ ଡାକ୍ତରୀ ଛାତ୍ରୀଛାତ୍ର ଭାସି ଯାଇଥିଲେ। ଜଣେ ଛାତ୍ରୀ...

ମଞ୍ଚକୁ ଆଇଟମ୍‌ ଗର୍ଲ ଆସିବାରେ ହେଲା ବିଳମ୍ବ: ମଞ୍ଚ ଉପରକୁ ଚେୟାର ଫୋପାଡ଼ିଲେ

ପାଟଣା,୨୩।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ସାହାରପଡା ବ୍ଲକ ଦାମାହୁଦା ଠାରେ ଚାଲିଛି ଯାତ୍ରା କଳିଙ୍ଗକନ୍ୟା। ମଞ୍ଚକୁ ସୋମବାର ରାତିରେ ଜଣେ ଚର୍ଚ୍ଚିତ ଆଇଟମ୍‌ ଗର୍ଲ ଆସିବାର...

ବିରୂପା ବ୍ରିଜ୍‌ ଉପରେ  ସାଇକେଲ୍‌ ମୋବାଇଲ ରଖି …

କଟକ,୨୩।୯: ବିରୂପା ନଦୀକୁ ଡେଇଁ ଜଣେ ଛାତ୍ର ନିଖୋଜ ଅଛନ୍ତି। ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲାରେ।...

ଦୀର୍ଘ ୬୩ ବର୍ଷ ପରେ ବଦଳିଲା ବ୍ଲକ କାର୍ଯ୍ୟାଳୟର ଫାଟକ, ଉଦ୍‌ଘାଟନ କଲେ ଏମ୍‌ପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୨୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଦିନିକିଆ ଗସ୍ତ କରିଛନ୍ତି। ଏହି ଅବସରରେ ଦାରିଙ୍ଗବାଡ଼ି ବ୍ଲକ...

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଭରା ନଦୀ ପାର ହୋଇ ଗାଁରେ ପହଞ୍ଚି ଲୋକଙ୍କ କଥା ଶୁଣିଲେ ବିଧାୟକ

ଚିତ୍ରକୋଣ୍ଡା/ମାଲକାନଗିରି,୨୩।୯: ମାଲକାନଗିରି ଜିଲା ଅପହଞ୍ଚ ଗଜିଆଗୁଡ଼ା ଗାଁରେ ସୋମବାର ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ଚିତ୍ରକୋଣ୍ଡା କଂଗ୍ରେସ ବିଧାୟକ ମଙ୍ଗୁ ଖିଲ। ମିଳିଥିବା ସୂଚନା ମୁତାବକ,...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri