ବିଦ୍ୟୁତ୍‌ ଶର୍ଟସର୍କିଟରୁ ଜଳିଗଲା ୩ ବଖରା

ବାସୁଦେବପୁର,୧୮।୬(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଶୁଙ୍ଗୁଡ଼ା ଗ୍ରାମରେ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ ଯୋଗୁ ସେକ୍‌ ସମସୁଲଙ୍କ ୩ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡରେ ତାଙ୍କ ଘରୋଇ ଉପକରଣ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକଙ୍କ ପ୍ରତିନିଧି ଅସିତ ଦାଶ, ଯୁବନେତା ମାନସ ସାହୁ ପ୍ରମୁଖ ଅଗ୍ନିବିପନ୍ନ ସମସୁଲଙ୍କ ଘରେ ପହଞ୍ଚି ସମବେଦନା ଜଣାଇଥିବା ବେଳେ ପ୍ରଶାସନ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି।