Advertisement

୩ ଅନୁସୂଚିତ ଜନଜାତି ଡାକ୍ତରୀ ଛାତ୍ରୀଛାତ୍ର ସରକାରୀ ସହାୟତା ପାଇଁ କଲେ ଆବେଦନ, ବିନା କୋଚିଂରେ…

ଦାରିଙ୍ଗବାଡ଼ି,୧୫ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ୩ ଛାତ୍ରୀଛାତ୍ର ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଡ଼ାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଲୀନ୍ସା ପ୍ରଧାନ, ସିଆଙ୍ଗବାଲି ପଞ୍ଚାୟତ ସବେରଙ୍ଗା ଗ୍ରାମର କଳାକାର ପ୍ରଧାନ ଏବଂ ଦାସିଙ୍ଗବାଡ଼ି ପଞ୍ଚାୟତ ତାଡିମାହା ଗ୍ରାମର ସନାତନ ପ୍ରଧାନ ବିନା କୋଚିଂରେ ଏହି ପରୀକ୍ଷାରେ ସଫଳତା ପାଇଛନ୍ତି। ସାମାଜିକ ଗଣମାଧ୍ୟମରୁ ଅନ୍‌ଲାଇନ୍‌ ଶିକ୍ଷା ଓ ବହୁ ପରିଶ୍ରମ କରି ଏହି ପରୀକ୍ଷାରେ ସଫଳତା ପାଇଛନ୍ତି। ତେବେ ଆର୍ଥିକ ପରିସ୍ଥିତି ଭଲ ନ ଥାଇ ମଧ୍ୟ ସେମାନେ ଡାକ୍ତର ପଢ଼ିବେ। ସେନେଇ ପରିବାର ଚିନ୍ତିତ ରହିଥିବା ବେଳେ ଏବେ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ପାଇଁ ଏହି ଛାତ୍ରୀଛାତ୍ରମାନେ ଦରଖାସ୍ତ କରିଛନ୍ତି ଏହି ଦରଖାସ୍ତକୁ ରବିବାର ତହସିଲଦାର ଶରତ ଶବର ଗ୍ରହଣ କରିଥିବା କହିଛନ୍ତି। ରାଜ୍ୟ ସରକାର ସହାୟତା କଲେ ସେମାନେ ଭଲ ଡାକ୍ତରୀ ପାଠ ପଢ଼ିପାରିବେ ଓ ଅଞ୍ଚଳରେ ଭଲ ଡାକ୍ତର ହୋଇ ଲୋକଙ୍କ ସେବା କରିପାରିବେ ବୋଲି ଛାତ୍ରୀଛାତ୍ର କହିଛନ୍ତି। ଏନେଇ ତହସିଲଦାର କହିଛନ୍ତି, ସେ ଏହି ଦରଖାସ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: neetStudents