ଯୁକ୍ତ୩: ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର, ୫ା୯(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହୋଇଛି। ଏହା ୧୩ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ୨୨ତାରିଖ ଅପରାହ୍ନ ୧୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ୨୩ତାରିଖ ସକାଳ ୯ଟାରୁ ୨୬ତାରିଖ ସନ୍ଧ୍ୟା ୫ଟା ଭିତରେ(ଛୁଟିଦିନ ବ୍ୟତୀତ) ନାମଲେଖାଇବେ। ବଳକା ସିଟ୍‌ରେ ନାମଲେଖା ପାଇଁ ଅକ୍ଟୋବର ୩ ଅପରାହ୍ନ ୨ଟାରେ ପୁନର୍ବାର ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୬ତାରିଖ ଦିନ ନାମଲେଖାଇବେ। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସିଟ୍‌ ପୂରଣ ନ ହେବାରୁ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟରେ ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍‌ ଥିବାବେଳେ ଏବେ ୧,୧୧,୧୦୮ ସିଟ୍‌ ଖାଲି ପଡ଼ିଛି।

Share