୩ ସୁରକ୍ଷା କର୍ମୀ ସୁପରଭାଇଜର ବହିଷ୍କୃତ

ତରବୋଡ/ନୂଆପଡା ଅଫିସ,୩୦।୧ (ଡି.ଏନ.ଏ.): ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀ ନାନକରାମ କେଉଁଟ (୨୬)ଙ୍କ କୋଭିଡ୍‌ ଟିକା ଯୋଗୁ ମୃତ୍ୟୁ ଘଟଣାରେ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଧାରଣରେ ବସିଥିବା ସୁରକ୍ଷା କର୍ମୀମାନଙ୍କୁ ଏବେ ମହଙ୍ଗା ପଡିଛି। ଏହି ଘଟଣାରେ ସୁରକ୍ଷା କର୍ମୀ ସଂସ୍ଥା ୩ଜଣ ସୁରକ୍ଷା କର୍ମୀ ସୁପରଭାଇଜରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ବେଳେ ୧୪ ଜଣ ସୁରକ୍ଷା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷା କର୍ମୀ ନାନକରାମ କୋଭିଡ୍‌ ଟିକା କୋଭାକ୍ସିନ ନେଇଥିଲେ। ୨୫ ତାରିଖରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ୨୬ ତାରିଖରେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ବୁର୍ଲାରୁ ମୃତଦେହ ନୂଆପଡାରେ ପହଞ୍ଚତ୍ବା ପରେ ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସୁରକ୍ଷା କର୍ମୀମାନେ ଧାରଣାରେ ବସିଥିଲେ। ଏବେ ଏହା ସୁରକ୍ଷା କର୍ମୀଙ୍କୁ ମହଙ୍ଗା ପଡିଛି। ସୁରକ୍ଷା ସଂସ୍ଥା ପକ୍ଷରୁ ସୁରକ୍ଷା କର୍ମୀ ସୁପରଭାଇଜର ଜୋହନ ଲାଲ ସାହୁ, ଭୂଷଣ ପ୍ରଧାନ, ଚମ୍ପୁଲାଲ ପ୍ରଧାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେହିପରି ୧୪ ସୁରକ୍ଷା କର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ବେଆଇନ ଭାବେ ପ୍ରଶାସନ ବିରୋଧରେ ଧାରଣା ଦେବା, ସମ୍ପୃକ୍ତ ସଂସ୍ଥା ବିରୋଧରେ ଷଡଯନ୍ତ୍ର କରିବା, କାର୍ଯ୍ୟ ସମୟରେ ନିୟମକୁ ଅବମାନନା କରିବା ଭଳି ଯୁକ୍ତି ଉପସ୍ଥାପନା କରି ସମ୍ପୃକ୍ତ ସଂସ୍ଥା ସୁରକ୍ଷା କର୍ମୀ ସୁପରଭାଇଜର ଓ ସୁରକ୍ଷା କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତେବେ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପାଇଁ କ୍ଷତିପୂରଣ ମାଗିବା ନ୍ୟାୟ ସଙ୍ଗତ ନୁହେଁ କି ବୋଲି ସୁରକ୍ଷା କର୍ମୀମାନେ ପ୍ରଶ୍ନ କରିଛନ୍ତି। ଜଣେ ମୃତ ସୁରକ୍ଷା କର୍ମୀଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଧାରଣାରେ ବସିଥିବାରୁ ତାଙ୍କୁ ଚାକିରିରୁ ବାହାର କରିଦେବା ଦୁର୍ଭାଗ୍ୟ ଜନକ ବୋଲି ସୁରକ୍ଷା କର୍ମୀମାନେ କହିଛନ୍ତି। ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀ ହୁଅ କି ଆଇଟି ଦିଅ: ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନ କାର୍ଡ

ଭୁବନେଶ୍ୱର,୪।୫: ୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ। ପ୍ରେସମଟ୍‌ରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସରକାରୀ କର୍ମଚାରୀ ହୁଅନ୍ତୁ...

ସଂଗ୍ରାମ ଦାସ କଂଗ୍ରେସର ଦେବଗଡ଼ ଜିଲା ପର୍ଯ୍ୟବେକ୍ଷକ

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଭକ୍ତଚରଣ ଦାସ ପିସିସି ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସ କର୍ମୀମାନେ ସକ୍ରିୟ ହୋଇପଡିଛନ୍ତି। ଆଗାମୀ ଦିନରେ ରାଜ୍ୟ କଂଗ୍ରେସର...

ପରିବାରର ପ୍ରତିଟି ସଦସ୍ୟଙ୍କୁ ମିଳିବ ଗୋଟିଏ ଲେଖାଏ ଆୟୁଷ୍ମାନ କାର୍ଡ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୫।୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି...

ମହାରାଷ୍ଟ୍ରରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଲାଠୋର,୫ା୪(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ ସୁନାମୁଦି ଗ୍ରାମର ସୁଶାନ୍ତ ବାଗ(୧୯) ମହାରାଷ୍ଟ୍ରକୁ କାମ କରିବାକୁ ଯାଇଥିଲେ। ସେଠାରେ ସେ ଆମତ୍ହତ୍ୟା କରିଛନ୍ତି...

ରାଜାଙ୍କ ଫାର୍ମହାଉସରେ କ୍ରାଇମବ୍ରାଞ୍ଚର ତନାଘନା 

କେନ୍ଦୁଝର,୫।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଶାଖାର ଏକ ଟିମ୍‌ ଶନିବାର କେନ୍ଦୁଝର ଯାଇ ରାଜା ଚକ୍ରଙ୍କ ଗୋପାଳପୁରସ୍ଥିତ ଫାର୍ମହାଉସ୍‌ରେ ତନାଘନା କରିଛି। ସେଠାରେ...

‘ଧ୍ୱଂସ ପାଦ ଦେଶରେ ବିଜେଡି; ଏମିତି ସମୟ ଆସିବ ଶଙ୍ଖ ଚିହ୍ନ ନ ଥିବ, ଓଡ଼ିଶାରୁ ହଜିଯିବ’

ଭୁବନେଶ୍ୱର,୫।୪: ଦାଣ୍ଡରେ ପଡ଼ି ହାଟରେ ଗଡ଼ିବାକୁ ଲାଗିଲାଣି ବିଜେଡି ଅନ୍ତଃକନ୍ଦଳ। ଓ୍ବକଫ୍‌ ବିଲ୍‌କୁ ନେଇ ଦଳର ଏମ୍‌ପି ସସ୍ମିତ ପାତ୍ରଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେବା ପରେ...

ଦାବି ପ୍ରତି କର୍ଣ୍ଣପାତ କରୁନାହାନ୍ତି ସରକାର, ସମୂହ ଛୁଟିରେ ଗଲେ ବେଗୁନିଆପଡ଼ାବ୍ଲକ ଯୋଗାଣ ସହାୟକ

ବେଗୁନିଆପଡା,୫।୪(ସୁଶାନ୍ତ କୁମାର ପଟ୍ଟନାୟକ): ଯୋଗାଣ ସହାୟକମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁ ନ ଥିବା ଅଭିଯୋଗରେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଶନିବାରଠାରୁ ବେଗୁନିଆପଡ଼ା ବ୍ଳକର...

କାନାଡ଼ାରେ ଭାରତୀୟଙ୍କୁ ହତ୍ୟା

ଓଟାଓ୍ବା,୫।୪: କାନାଡାର ଓଟାୱା ସହର ନିକଟରେ ଜଣେ ଭାରତୀୟ ନାଗରିକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image