Advertisement

ପୃଥକ୍‌ ଦୁର୍ଘଟଣାରେ ୩ ଗୁରୁତର

ଦିଗପହଣ୍ଡି,୯ା୧୧(ଡି.ଏନ୍‌.ଏ.): ବୁଧବାର ପୃଥକ୍‌ ଦୁର୍ଘଟଣାରେ ୩ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରମାନେ ହେଲେ ପାଟପୁର ଥାନା ତଥା ମୌଳାଭଣଞ୍ଜା ପଞ୍ଚାୟତ ଅନ୍ତର୍ଗତ ଖୁଲୁଡ଼ି ଗ୍ରାମର ଜେ.ଯୁଧିଷ୍ଠିର, ଦିଗପହଣ୍ଡି ସାନଦାଣ୍ଡ ସାହିର ଏମ୍‌.ପଞ୍ଚୁ ଏବଂ ଅନ୍ୟ ଜଣେ ବି.କାଳିଆ ରେଡ୍ଡୀ।

ଘଟଣାସ୍ଥଳରୁ ଗୁରୁତରମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା କରିବା ପରେ ଏମ୍‌.ପଞ୍ଚଙ୍କ ସ୍ବାସ୍ଥ୍ୟର ଉନ୍ନତି ଆସିଥିବା ବେଳେ ଜେ.ଯୁଧିଷ୍ଠିର ଦୋରା ଓ ବି.କାଳିଆ ରେଡ୍ଡୀଙ୍କୁ ଅତ୍ୟଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ପଠାଇଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share