୩ ଶହୀଦଙ୍କ ଘରୁ ଗଲା ମାଟି

ରାଇରଙ୍ଗପୁର,୬।୯(ମନୋରଞ୍ଜନ ତିରିଆ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ‘ମେରି ମାଟି, ମେରା ଦେଶ’ କାର୍ଯ୍ୟକ୍ରମ ନିମନ୍ତେ ଶହୀଦ୍‌ ଯବାନଙ୍କ ଘରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି। ଏହି ମାଟିକୁ ଏକାଠି କରି ଦିଲ୍ଲୀସ୍ଥିତ ‘ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ’ ନିକଟରେ ଶହୀଦଙ୍କ ସମ୍ମାନରେ ‘ଅମୃତ ବାଟିକା’ ନିର୍ମାଣ ନିମନ୍ତେ ଯୋଜନା ରଖାଯାଇଛି। କାର୍ଯ୍ୟକ୍ରମ ଦ୍ୱାରା ଅନୁପ୍ରାଣିତ ହୋଇ ବେଙ୍ଗାଲୁରୁର ଉମେଶ ଜୀ ନାମକ ଜଣେ ବ୍ୟକ୍ତି ସାରା ଭାରତ ଭ୍ରମଣ କରି ବିଭିନ୍ନ ପ୍ରାନ୍ତର ଶହୀଦମାନଙ୍କ ଗଁାରୁ ମାଟି ସଂଗ୍ରହ କରି ବେଙ୍ଗାଲୁରୁ ନିକଟରେ ଗୋଟିଏ ଶହୀଦ ସ୍ମାରକ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଅବସରରେ ମୟୂରଭଞ୍ଜ ଜିଲା ଯଶିପୁର ଥାନା ତିଳକୁଟି ପଞ୍ଚାୟତ ଅନ୍ତର୍ଗତ ଶିରାକୋଳି ଗ୍ରାମର କାର୍ଗିଲ ଯୁଦ୍ଧରେ ଶହୀଦ ଯବାନ୍‌ ବୁଧୁରାମ ହେସାଃ, ଗୋଡ଼ାପଳସା ପଞ୍ଚାୟତ ବଣସାହିର ଛତିଶଗଡ଼ର ଦାନ୍ତେୱାଡ଼ାଠାରେ ନକ୍ସଲଙ୍କ ଆକ୍ରମଣରେ ଶହୀଦ ପାଣୁରାମ ନାୟକ ଏବଂ ଫୁଲୱାମାଠାରେ ଶହୀଦ ହୋଇଥିବା ରାଇରଙ୍ଗପୁର ସହର ସନ୍ନିକଟ ବଡ଼ଚମ୍ପାଉଦାର ଯବାନ୍‌ ନୁନ୍ଦୁରାମ ସୋରେନ୍‌ଙ୍କ ଘରୁ ପବିତ୍ର ମାଟିକୁ ଯଶିପୁର ନିବାସୀ ଅବସରପ୍ରାପ୍ତ ମେଜର ଦେବେନ୍ଦ୍ରନାଥ ଦାସ ଗ୍ରହଣ କରିଛନ୍ତି। ସହିଦ୍‌ ନୁନ୍ଦୁରାମ ସୋରେନ୍‌ଙ୍କ ରାଇରଙ୍ଗପୁର ସହର ଉପକଣ୍ଠସ୍ଥ ବଡ଼ଚମ୍ପାଉଦା ଗ୍ରାମର ସହିଦ ଘରୁ ମାଟି ସଂଗ୍ରହ କରାଯାଇ ଏହାକୁ ମେଜର ଦାସଙ୍କୁ ରାଇରଙ୍ଗପୁର ଟ୍ୟାକ୍ସି ଷ୍ଠାଣ୍ଡ ନିକଟରେ ଥିବା ନୁନ୍ଦୁରାମଙ୍କ ପ୍ରତିମୂର୍ତ୍ତି ନିକଟରେ ଅର୍ପଣ କରାଯାଇଥିଲା। ଶହୀଦ ନୁନ୍ଦୁରାମ ମେମୋରିଆଲ୍‌ ଟ୍ରଷ୍ଟର ମୁଖ୍ୟ ମନୋରଞ୍ଜନ ହଁାସଦା, ଉପଦେଷ୍ଟା କ୍ୟାପ୍‌ଟେନ୍‌ ମହେନ୍ଦ୍ରନାଥ ମହାନ୍ତ ଶହୀଦଙ୍କ ମାଟିକୁ ମେଜର ଦାସଙ୍କୁ ଅର୍ପଣ କରିଥିଲେ। ଏହି ଅବସରରେ ରାଇରଙ୍ଗପୁର ପୌରାଧ୍ୟକ୍ଷ ଅଭିଷେକ ପଟ୍ଟନାୟକ, ବିଜେଡି ଜିଲା ସଭାପତି କାଶୀନାଥ ହେମ୍ବ୍ରମ, ଶହୀଦ ନୁନ୍ଦୁରାମଙ୍କ ଭାଇ ଡମାନ ସୋରେନ୍‌ ଓ ଦାସମାତ୍‌ ସୋରେନ୍‌, ମୁଚିରାମ ମାଝୀ, ଅଧ୍ୟାପକ ବିଜୟ କୁମାର ରାମ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହଁାସଦା, ବିଜୁ ଜନତା ଦଳ ମହିଳା ଶାଖାର ଜିଲା ସଭାପତି ତନୁଜା ମହାନ୍ତ, ଅଞ୍ଜଳୀ ସୋରେନ୍‌, ପଙ୍କଜ ଦାସ, ବିଶିକେଶନ୍‌ ମହାନ୍ତ, ଦୀପୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…

ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା...

ଭତ୍ତା ଆଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍‌ ଗଲେ ବୃଦ୍ଧା

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ପଞ୍ଚାୟତକୁ ଗଲେ ବୃଦ୍ଧା। ଏମିତି ଏକ ଦୃଶ୍ୟ ଦେଖୁବାକୁ...

ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି।...

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri