ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରର କୁପୱାଡା ଜିଲାରେ ପାଟ୍ରୋଲିଂ କରୁଥିବା ବେଳେ ବୁଧବାର ଏକ ସେନା ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏତିରେ ତିନି ଜଣ ଯବାନଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ମାଛଲ ସେକ୍ଟରରେ ନିୟମିତ ଅପରେଶନ ଟାକ୍ସ ସମୟରେ ଏହି ଦୁର୍ଘଟଣା ଘଟିଛି। ତିନି ଜଣ ଯବାନଙ୍କୁ ନେଇ ବରଫାବୃତ ରାସ୍ତାରେ ଯାଉଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି।