୧୨ରୁ ଚାଲିବ ୩ ସ୍ପେଶାଲ ଟ୍ରେନ୍‌: ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ୯।୯(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ଶ୍ରମିକଙ୍କ ପାଇଁ ୩ ସ୍ପେଶାଲ ଟ୍ରେନ୍‌ ଚାଲିବ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧିଧାମ, ପୁରୀ -ଓଖା ରୁଟ୍‌ରେ ଏହି ଟ୍ରେନ୍‌ ଚଳାଚଳ କରିବ। ପୁନର୍ବାର କାର୍ଯ୍ୟକ୍ଷେତ୍ରକୁ ଫେରିଯିବାକୁ ଚାହୁଁଥିବା ପ୍ରବାସୀଙ୍କ ପାଇଁ ଏହି ଟ୍ରେନ୍‌ ଚାଲିବ। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି।
ପ୍ରକାଶ ଯେ, ସ୍ପେଶାଲ ଟ୍ରେନ୍‌ ଚଳାଇବା ପାଇଁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଚିଠି ଲେଖିଥିଲେ।

Share