Categories: ଜାତୀୟ

କୋଚିଂ ସେଣ୍ଟରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ…

ନୂଆଦିଲ୍ଲୀ,୨୯।୭: ଦିଲ୍ଲୀରେ ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁକୁ ନେଇ ଜୋରଦାର ପ୍ରତିବାଦ ଚାଲିଛି । ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ଶନିବାର ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ୩ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଏହହୋଇଛି। କାହିଁକି ଆଇଏଏସ୍‌ କୋଚିଂ ସେଣ୍ଟରେ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଲା ? ଏ ନେଇ କିଏ ଦାୟୀ ? ଏହାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଏକ ନୂଆ ଭିଡିଓ ଆସିଛି। ଯାହାକୁ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। କୋଚିଂ ସେଣ୍ଟରରେ ପାଣି ପଶିବାର ଦୁଇଟି ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କୋଚିଂ ସେଣ୍ଟରର ତଳ ମହଲା ପୂରା ଜଳମଗ୍ନ ହୋଇଥିଲା । ପ୍ରଥମ ଭିଡିଓରେ ଦେଖିବାକୁ ମିଳୁଛି ଯେ,
https://x.com/i/status/1817526595877310785

ବାହାରେ ରାସ୍ତାରେ ପ୍ରବଳ ଜଳ ପ୍ରବାହିତ ହେବା ପରେ କୋଚିଂ ସେଣ୍ଟରର ବେସ୍‌ମେଣ୍ଟକୁ ପାଣି ପଶିଥିଲା । କୋଚିଂ ସେଣ୍ଟରର ପ୍ରବେଶ ପଥରେ ଥିବା ଲୁହା ଗେଟ୍‌ ପାଇଁ ପାଣି ତଳ ମହଲାରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରୁଥିଲା। ପରେ ଦେଖିବାକୁ ମିଳୁଛି ପ୍ରବଳ ପାଣି ଓ ସେହି ରାସ୍ତାରେ ଦ୍ରୁତ ଗତିରେ ଗୋଟିଏ ଗା ଯିବା ଫଳରେ ଲୁହା ଗେଟ୍‌ଟି ଭାଙ୍ଗି ଯାଇଥିଲା । ଫଳରେ ବେସ୍‌ମେଣ୍ଟ ପାଣି ପଶିଥିଲା । ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, କୋଚିଂ ସେଣ୍ଟରର ଛାତ୍ରମାନେ ବେସ୍‌ମେଣ୍ଟ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଉପର ମହଲାକୁ ଦୌଧଡୁଛନ୍ତି। କିନ୍ତୁ ଏହି ସମୟରେ ପାଣିର ପ୍ରବାହ ବଢ଼ି ଯାଉଛି। ଏହାକୁ ଦେଖି ଛାତ୍ରୀଛାତ୍ରମାନେ ଭୟଭୀତ ହେବା ସହ ଚିତ୍କାର କରୁଛନ୍ତି।

Share