ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲା ସଦର ବ୍ଲକ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ରାଧାଦେଇପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀର ନୂଆପଡ଼ା ଘାଟରେ ରବିବାର ମଧ୍ୟାହ୍ନରେ ଗାଧୋଉଥିବା ବେଳେ ୩ ଜଣ ସ୍କୁଲ ଛାତ୍ର ନଦୀରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଜଣେ ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ହେଲେ ନୂଆପଡ଼ା ଗ୍ରାମର ନବମ ଶ୍ରେଣୀ ଛାତ୍ର ସୁଧାବିନ୍ଦୁ ବେହେରା। ସେହିଭଳି ଛାତ୍ର ମୁନା ସାହୁ ଓ ଶୁଭମ ଜେନାଙ୍କୁ ଉଦ୍ଧାର କରାଯାଇଛି । ଅଗ୍ନିଶମ କର୍ମଚାରୀ ଓ ଯୋରନ୍ଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
Posted inଆମ ଜିଲା ଖବର, ଢେଙ୍କାନାଳ, ରାଜ୍ୟ