ରାଉରକେଲା ଏନ୍‌ଆଇଟିରେ ପଶିଲା କରୋନା

ରାଉରକେଲା ଅଫିସ,୩।୧: ରାଉରକେଲା ଏନ୍‌ଆଇଟିରେ ୩ ଜଣ ଛାତ୍ରୀଛାତ୍ର କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଛାତ୍ର ଓ ଜଣେ ଛାତ୍ରୀ ଅଛନ୍ତି। ସମସ୍ତଙ୍କୁ ଏନ୍‌ଆଇଟି ଆଇସୋଲେଶନରେ ରଖାଯାଇଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ଏ ନେଇ ଏନ୍‌ଆଇଟି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।