ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିଲେ ରୂପା ଗାଙ୍ଗୁଲି। ଅଦୃଢ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସେ। ଟିଭି ଧାରାବାହିକ ମହାଭାରତ ୧୯୯୮ରେ ଆରମ୍ଭ ହୋଇଥିଲା। ଏହି ଧାରାବାହିକକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ। ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରିଥିବା ରୂପା ହୁଏତ ଏହି ଚରିତ୍ର ପାଇଁ ବହୁତ ଆଦର ପାଇଥିବେ, କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ଏତେ ଭଲ ନ ଥିଲା। ସେ ୧୯୯୨ରେ ଧ୍ରୁବୋ ମୁଖାର୍ଜୀଙ୍କୁ ବିବାହ କରିଥିଲେ, ବିବାହ ପରେ ରୂପା ନିଜ କ୍ୟାରିଅର୍ ମଧ୍ୟ ଛାଡିଥିଲେ। ରୁପାଙ୍କ ଦାମ୍ପତ୍ୟ ଜୀବନରେ ଅନେକ ସମସ୍ୟା ଉପୁଜିବା ଆରମ୍ଭ କଲା।
ବିବାହ ପୂର୍ବରୁ ମୁଁ ମୁଁ ଗ୍ଲାମରସ ଦେଖାଯାଉଥିଲି, ଇଣ୍ଡଷ୍ଟ୍ରୀରେ ଏକ ଭୂମିକା ପାଇଁ ତୁମକୁ ଏହିପରି ଦେଖାଯିବାକୁ ପଡିବ, କିନ୍ତୁ ଏହା ମୋର ଦୋଷ ଥିଲା କି ? ପୁରୁଷମାନେ ନିଜ ସ୍ତ୍ରୀଙ୍କୁ ସେଲିବ୍ରିଟି ଭାବରେ ଗ୍ରହଣ କରିବା କଷ୍ଟକର ବୋଲି କହନ୍ତି ରୂପା ଗାଙ୍ଗୁଲି।
ବିବାହ ପରେ ରୂପା ଗାଙ୍ଗୁଲି ନିଜକୁ ବହୁତ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ବିଳମ୍ବିତ ରାତିରେ କଲ ଉଠାଇବା ବନ୍ଦ କରିଦେଇଥିଲେ। ଶୁଟିଂ ସରିବା ମାତ୍ରେ ସିଧା ଘରକୁ ଆସୁଥିଲେ ନିଜ ବିବାହକୁ ବଞ୍ଚାଇବାକୁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ସ୍ବାମୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେ ତିନିଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଭଗବାନ ପ୍ରତ୍ୟେକ ଥର ତାଙ୍କ ଉଦ୍ଧାର କରିଥିଲେ। ୨୦୦୬ରେ ତାଙ୍କ ସ୍ବାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ।
Posted inମନୋରଞ୍ଜନ