Categories: ଜାତୀୟ

ଆଇଏସଆଇ ଲିଙ୍କ୍‌ ଥିବା ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ହାଇଦ୍ରାବାଦ,୩।୧୦ : ହାଇଦ୍ରାବାଦ ପୋଲିସ ତିନିଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ନିର୍ଦ୍ଦେଶରେ ସହରରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଛି।

ପୋଲିସ ସେମାନଙ୍କଠାରୁ ଚାରିଟି ଗ୍ରେନେଡ, ୪୧,୫୪୧,୮୦୦ ନଗଦ ଟଙ୍କା ଏବଂ ଏକ ମୋଟରସାଇକେଲ ଜବତ କରିଛି। ହାଇଦ୍ରାବାଦ ପୋଲିସ କମିଶନର ସି.ଭି ଆନନ୍ଦ ଏହି ସୂଚନା ଦେଇଛନ୍ତି।

ଗିରଫ ଆତଙ୍କବାଦୀମାନେ ହେଉଛନ୍ତି ମୋସାରାମବାଗର ଅବଦୁଲ ଜାହିଦ, ସୟଦାବାଦର ମହମ୍ମଦ ସାମିଉଦ୍ଦିନ ଏବଂ ହୁମାୟୁନ ନାଗରର ମାଜ ହାସନ ଫାରୁକ। ବିସ୍ଫୋରଣ ଏବଂ ଆକ୍ରମଣ ପାଇଁ ଅଭିଯୁକ୍ତମାନେ ଷଡଯନ୍ତ୍ର କରୁଥିବା କୁହାଯାଉଛି।

Share