Categories: ଜାତୀୟ

୩ ଆତଙ୍କବାଦୀ ଗିରଫ: ଅମରନାଥ ଯାତ୍ରା ଭଣ୍ଡୁର କରିବାକୁ ରଚିଥିଲେ ଯୋଜନା

ଶ୍ରୀନଗର,୧୨।୭: ଜମ୍ମୁ କଶ୍ମୀର ପୋଲିସ ବଡଗାମରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି। ସୂଚନାନୁସାରେ, ସମସ୍ତ ପାଞ୍ଚଜଣ ଆତଙ୍କବାଦୀ ଲଶ୍କର-ଏ-ତୋଇବା ସହିତ ଜଡିତ। ଗିରଫ ଆତଙ୍କବାଦୀମାନେ ଅମରନାଥ ଯାତ୍ରାକୁ ଭଣ୍ଡୁର କରିବାକୁ ଚାହୁଁଥିଲେ।
ପୋଲିସ କହିଛି ଯେ, ବଡଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ଏହା ପରେ ସେମାନଙ୍କୁ ଖୋଜିବା ପାଇଁ ଏକ ଟିମ୍‌ ଗଠନ କରାଯାଇଥିଲା। ଅମରନାଥ ଯାତ୍ରାକୁ ବ୍ୟାହତ କରିବା ପାଇଁ ଏହି ପାଞ୍ଚଜଣ ଷଡଯନ୍ତ୍ର କରୁଥିବା ଜଣାପଡିଛି।

Share