Categories: ଜାତୀୟ

୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ, ଆତଙ୍କ ରଚିବା ଷଡ଼ଯନ୍ତ୍ର…

ଶ୍ରୀନଗର/କାବୁଲ,୪।୯: ଆଫଗାନିସ୍ତାନରୁ ୩ ଆତଙ୍କବାଦୀ ଜମ୍ମୁ-କଶ୍ମୀର ମୁହାଁ ହୋଇଛନ୍ତି। ସେମାନେ ବଡ଼ ଧରଣର ଆକ୍ରମଣ କରି ଆତଙ୍କ ରଚିବା ଷଡ଼ଯନ୍ତ୍ର କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଇଏସ୍‌ ଖୋରାସାନ୍‌ ସଂଗଠନର ଏହି ସଦସ୍ୟମାନେ ଭାରତରେ ଥିବା ସେମାନଙ୍କର ସ୍ଲିପରସେଲ୍‌ ସହିତ ଯୋଗାଯୋଗ କରିଛନ୍ତି।

୩ ଆତଙ୍କବାଦୀଙ୍କ ମଧ୍ୟରେ ଅସଲମ୍‌ ଫାରୁକି ଅଖୁନ୍ଦଜାଦା, ମୁନସିବ୍‌ ଏବଂ ଏଜାଜ୍‌ ଅହଙ୍ଗର ପ୍ରମୁଖ ଲଶ୍ମର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ସହିତ ଯୋଗାଯୋଗ କରିଥିବା ଗୋଇନ୍ଦା ରିପୋର୍ଟରେ ସୂଚିତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share