ଲକ୍ଷ୍ନୌ, ୨।୯: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଲୋକ ୩ଟା କୁକୁରଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି। ଏଥିସହ କୁକୁରଙ୍କୁ ଜୀବନ୍ତ ଦଗ୍ଧ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ସନ୍ଧାନରେ ରହିଛି।
ଘଟଣାଟି ଜନେଶ୍ୱର ମିଶ୍ର ପାର୍କ ନିକଟରେ ଘଟିଛି। ଏଠାରେ କିଛି ଅମାନବୀୟ ଲୋକ ୩ଟା କୁକୁରଙ୍କୁ ଜୀଅନ୍ତା ଜାଳି ହତ୍ୟା କରିଛନ୍ତି। ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏକ ଗୋ ସେବା ସଂସ୍ଥା ପକ୍ଷରୁ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି। ପଶୁ କ୍ରୁରତା ଅଧିନିୟମ ଅନୁଯାୟୀ ୪୨୯ ଧାରାରେ ଏହି ମାମଲା ରୁଜୁ ହୋଇଥିବା ଲକ୍ଷ୍ନୌର ଯୁଗ୍ମ ପୋଲିସ କମିଶନର ନୀଲବ୍ଜା ଚୌଧୁରୀ କହିଛନ୍ତି।