୩ ଚୋର ଗିରଫ: ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ

ପଦ୍ମପୁର,୨୬।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ମଙ୍ଗଳବାର ଗଞ୍ଜାମ ଜିଲାର ଆସ୍କା ଥାନା ଅଞ୍ଚଳରୁ ୩ ଚୋରଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୦ ଲକ୍ଷ ମୂଲ୍ୟର ସୁନା ସହ ନଗଦ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ସେମନେ ହେଲେ ଆସ୍କା ଅଞ୍ଚଳର ଏମ ସୁନିଲ, କୁନା ଦାସ, ଏବଂ ବାବୁ ଆଚରି। ସେପ୍ଟେମ୍ବରରେ ବେତଦା ବଜାରରୁ ତାରାକାନ୍ତ ସାହୁଙ୍କ ଦୋକାନରୁ ଏହି ଚୋରି ହୋଇଥିବା ବେଳେ ଥାନାରେ କେସ ନମ୍ବର ୪୧୬/୨୨ରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଥିବା ଏସ୍‌ପି ବରୁଣ ଗୁଣ୍ଠାପଲ୍ଲ୍ଳି ସୂଚନା ଦେଇଛନ୍ତି।