Advertisement

ଏହି ୩ଟି କଥାକୁ ମାତାପିତାମାନେ କଦାପି ଭୁଲିବା ଉଚିତ୍‌ ନୁହେଁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ନୀତି ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ପିଲାମାନଙ୍କ ବିଷୟରେ ପିତାମାତାମାନେ ଏହି ୩ଟି କଥାକୁ କଦାପି ଭୁଲିବା ଉଚିତ୍‌ ନୁହେଁ। ଯାହା ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା ସେଗୁଡିକ କ’ଣ…

ପିଲାମାନଙ୍କୁ ଭଲ ମୂଲ୍ୟ ଦେବା
ପିଲାମାନଙ୍କୁ ଭଲ ମୂଲ୍ୟ ଦେବା ମାତାପିତାଙ୍କର ପ୍ରଥମ କର୍ତ୍ତବ୍ୟ। ସେହିପରି ମାତାପିତାମାନେ ସର୍ବଦା ପିଲାମାନଙ୍କୁ ଭଲ କଥା କହିବା ଉଚିତ୍‌। ଯାହାଫଳରେ ସେମାନେ ଉତ୍ସାହିତ ହୋଇ ଆଗକୁ ବଢିଥାନ୍ତି। ଭଲ ମୂଲ୍ୟ ପିଲାମାନଙ୍କୁ ଶ୍ରେଷ୍ଠ ନାଗରିକ କରିଥାଏ ବୋଲି ଚାଣକ୍ୟ କହିଛନ୍ତି।

ପିଲାମାନଙ୍କୁ ତ୍ରୁଟିରୁ ରକ୍ଷା କରିବା
ମାତାପିତାମାନେ ପିଲାମାନଙ୍କୁ ସର୍ବଦା ତ୍ରୁଟିରୁ ରକ୍ଷା କରିବା ଉଚିତ। ପିଲା ଯଦି ବାରମ୍ବାର ତ୍ରୁଟି କରେ ତେବେ ମାତାପିତା ତାକୁ ସେଥିରୁ ନିବୃତ୍ତ କରିବା ଆବଶ୍ୟକ। ସେହିପରି ପିଲାମାନଙ୍କୁ ମିଥ୍ୟା ଏବଂ ଅଳସୁଆରୁ ମାତାପିତାମାନେ ଦୂରେଇ ରଖିବା ଉଚିତ ବୋଲି ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି।

ଅନୁଶାସନର ଭାବନା ସୃଷ୍ଟି କରିବା ଉଚିତ୍‌
ପିତାମାତାମାନେ ପିଲାମାନଙ୍କ ମଧ୍ୟରେ ଅନୁଶାସନ ସୃଷ୍ଟି କରିବା ଉଚିତ୍‌। ଅନୁଶାସନ ପିଲାମାନଙ୍କର ଜୀବନ ଶୈଳୀରେ ଉନ୍ନତି ଆଣିଥାଏ। ସେହିପରି ସମୟର ମହତ୍ତ୍ୱକୁ ପିଲାମାନେ ବୁଝିବା ଆବଶ୍ୟକ। ଯିଏ ସମୟର ମହତ୍ତ୍ୱକୁ ବୁଝିଥାଏ ସିଏ ଜୀବନରେ ଅଗ୍ରଗତି କରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share