ଦିଗପହଣ୍ଡି,୧୦|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ୩ ଜଣ ଗାଡ଼ି ଚାଳକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗିରଫ ଅଭିଯୁକ୍ତ ମାନେ ହେଲେ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଲିଟୁ ବାଡ଼ତ୍ୟା, ଏ. କାଳିଆ ପାତ୍ର ଏବଂ ଡ଼ଙ୍କାରି ଗ୍ରାମର ସିଲୁୁ ଗୌଡ଼। ରବିବାର ସକାଳେ ଦିଗପହଣ୍ଡି ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ମାନେ ଟ୍ରାକ୍ଟର ଯୋଗେ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଧରାପଡିଥିଲେ। ଦିଗପହଣ୍ଡି – ମଳାଭଞ୍ଜା ମୁଖ୍ୟରାସ୍ତା ର ମା ‘ ଚାମୁଣ୍ଡା ମନ୍ଦିର ସମ୍ମୁଖରେ ୩ ଟି ବାଲି ବୋଝେଇ ଟ୍ରାକ୍ଟର କୁ ପୋଲିସ ଅଟକାଇ ନଥିପତ୍ର ଯାଞ୍ଚ କରିଥିଲେ। ବାଲି ଚାଲାଣ ପାଇଁ ସେମାନଙ୍କ ନିକଟରେ କୌଣସି ଅନୁମତି ପତ୍ର ନଥିବା ରୁ ସେଗୁଡିକୁ ଜବତ କରି ଥାନାକୁ ନିଆଯାଇଥିଲା।ଏନେଇ ଥାନା ଏସ. ଜ୍ୟୋତି ରଞ୍ଜନ ବେହେରା ଏତଲା ଦେଇଥିଲେ।ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୯୫,୯୬ ଓ ୯୭/୨୫ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।