Categories: ଜାତୀୟ

ତୁଷାରପାତରେ ଆଖି ବୁଜିଲେ ୩ ପର୍ବତାରୋହୀ

ସିମଲା,୨୫।୧୦: ହିମାଚଳ ପ୍ରଦେଶର କିନ୍ନୌର ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୩ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ମହାରାଷ୍ଟ୍ରର ବୋଲି ଜଣାପଡିଛି। ଏଯାଏ ୧୦ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି। ଆଇଟିବିପି ୧୭ ବଟାଲିଅନ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ସୂଚନାନୁସାରେ, ମହାରାଷ୍ଟ୍ରର ୧୨ଜଣ ଏବଂ ପଶ୍ଚିମବଙ୍ଗରୁ ଜଣେ ପର୍ବତାରୋହୀ ରୋହରୁ ଠାରୁ ବରୁଆ କାନ୍ଦା ଦେଇ କିନ୍ନରର ସାଙ୍ଗଲାକୁ ଯାଉଥିଲେ। ସେମାନେ ବରୁଆ କାନ୍ଦା ଅଞ୍ଚଳରେ ଫସି ଯାଇଥିଲେ।
ମୃତକଙ୍କ ଶରୀର ପ୍ରାୟ ୧୫୦୦୦ ଫୁଟ ଉଚ୍ଚରେ ଅଛି। ମୃତଦେହ ଖୋଜିବା ପାଇଁ ଆଇଟିବିପି ଟିମ ଆଜି ଘଟଣାସ୍ଥଳରେ ପହଞ୍ଚିଛି।

Share